BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

୫ ଉଇକେଟରେ ଜିତିଲା ଭାରତ

ଦୁବାଇ : ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ଏସିଆ କପର ଭାରତ-ପାକିସ୍ତାନ ମହାମୁକାବିଲାରେ ୫ ଉଇକେଟରେ ବିଜୟୀ ହୋଇଛି ଭାରତ । ଭାରତ ଏହି ବିଜୟରୁ ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି । ଅନ୍ୟପକ୍ଷେ ଭାରତ ଟି-୨୦ ବିଶ୍ୱ କପ୍‌ ପରାଜୟର ପ୍ରତିଶୋଧ ନେଇଛି।
କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ସଫଳତା(୩/୨୫ ଓ ୩୩*) ଓ ଜାଡେଜାଙ୍କ ଦୃଢ ୩୫ ରନ ବଳରେ ଭାରତ ମ୍ୟାଚକୁ ଜିତି ନେଇଛି। ବୋଲରଙ୍କ ଘାତକ ବୋଲିଂ ବଳରେ ପାକିସ୍ତାନକୁ ୧୪୭ ରନରେ ସୀମିତ ରଖିଥିଲା ଭାରତ। ୧୪୮ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ମାତ୍ର ୧ ରନରେ ଲୋକେଶ ରାହୁଲ(୦)ଙ୍କ ଉଇକେଟ ହରାଇଥିଲା। ତେବେ ଶତକୀୟ ମ୍ୟାଚ୍‌ ଖେଳୁଥିବା ବିରାଟ କୋହଲି (୩୫) ଓ ରୋହିତ ଶର୍ମା(୧୨)ଙ୍କ ମଧ୍ୟରେ ୪୯ ରନର ଭାଗୀଦାରି ହୋଇଥିଲା। ଶତକୀୟ ମ୍ୟାଚ ଖେଳୁଥିବା ବିରାଟ କୋହଲି ନଓ୍ବାଜଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଖାତା ଖୋଲିବା ପୂର୍ବରୁ ଜୀବନଦାନ ପାଇଥିବା କୋହଲି କିଛି ଆକର୍ଷଣୀୟ ଶଟ୍‌ ଖେଳିଥିଲେ। ୩ ଚୌକା ଓ ଗୋଟିଏ ଛକା ସହିତ ୩୪ ବଲରୁ ୩୫ ରନ କରି ସେ ପ୍ୟାଭିଲିୟନ୍‌ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ(୧୮) ଓ ରବୀନ୍ଦ୍ର ଜାଡେଜା(୩୫)ଙ୍କ ମଧ୍ୟରେ ୩୬ ରନର ପାର୍ଟନରଶିପ୍‌ ହୋଇଥିଲା। ଶାହିନ୍‌ ଆଫ୍ରିଦିଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ଯାଦବ ବୋଲ୍ଡ ହେବା ପରେ ପାଣ୍ଡ୍ୟା ଓ ଜାଡେଜା ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ୩୭ ବଲରେ ୫୨ ରନ୍‌ ଯୋଡିଥିଲେ। ଅନ୍ତିମ ଓଭରରେ ୭ ରନ ଆବଶ୍ୟକ ଥିବା ବେଳେ ଜାଡେଜା ପ୍ରଥମ ବଲରେ ଆଉଟ ହୋଇଥିଲେ। ଦୁଇଟି ଲେଖାଏ ଛକା ଓ ଚୌକା ସହିତ ସେ ୩୫ ରନ କରିଥିଲେ। ପାଣ୍ଡ୍ୟା ୧୭ଟି ବଲରୁ ୩୩ ରନ କରି ବିଜୟୀ କରିଥିଲେ। ପାକିସ୍ତାନ ପକ୍ଷରୁ ନଶିମ୍‌ ଶାହ ୨ ଓ ମହମ୍ମଦ ନଓ୍ବାଜ ୩ ଉଇକେଟ ନେଇଥିଲେ।