BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦ୍ବିତୀୟ ମ୍ୟାଚ ଜିତିଲା ଭାରତ

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି।

ଭାରତ ୯ ଉଇକେଟ ହରାଇ ୨୩୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ହେଲେ ୨୩୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଓ୍ବେଷ୍ଟଇଣ୍ଡିଜ ୪୬ ଓଭରରେ ୧୯୩ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା । ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ସାମାରା ବ୍ରୁକ୍ସ ସର୍ବାଧିକ ୪୪ ରନ୍‌ କରିଥିବା ବେଳେ ଅକିଲ ହୁସେନ ୩୪ ରନ୍‌ କରିଥିଲେ । ଭାରତ ପକ୍ଷରୁ ପ୍ରସିଦ କ୍ରିଷ୍ଣା ୪ଟି ଉଇକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ୨ଟି ଉଇକେଟ ନେଇଥିଲେ ।

ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ୫ ରନ୍‌ କରି ଆଉଟ ହୋଇଯାଇଥିଲେ। ରିଷଭ ଓ ବିରାଟ ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର ଉଭୟ ଖେଳାଳି ୧୮ ରନ ଲେଖାଏ କରି ପ୍ୟାଭିଲିୟନ ଫେରିବାରୁ ୧୨ ଓଭରରେ ୪୩ ରନ୍‌ ମଧ୍ୟରେ ଭାରତ ୩ଟି ଉଇକେଟ ହରାଇ ଅଡୁଆରେ ପଡିଯାଇଥିଲା। ହେଲେ ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ତୃତୀୟ ଉଇକେଟରେ ୧୦୬ ବଲ୍‌ରୁ ୯୦ ରନ ସଂଗ୍ରହ କରି ଇନିଂସ ସମ୍ଭାଳି ଥିଲେ। ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ରାହୁଲ ୪୮ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୯ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହୋଇଯାଇଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୮୩ଟି ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ସହାୟତାରେ ସର୍ବାଧିକ ୬୪ ରନ୍‌ କରିଥିଲେ। ଆଉଟ ହେବା ପୂର୍ବରୁ ସୂର୍ଯ୍ୟକୁମାର ୫ମ ଉଇକେଟରେ ଓ୍ବାଶିଂଟନ ସୁନ୍ଦରଙ୍କ ସହ ମୂଲ୍ୟବାନ ୪୩ ରନର ଭାଗୀଦାରି ଗଢ଼ିଥିଲେ। ସୁନ୍ଦର ୪୧ ବଲ୍‌ରୁ ୨୪ ଓ ଦୀପକ ହୁଦା ୨୫ ବଲ୍‌ରୁ ୨୯ ରନ କରିବାରୁ ଭାରତ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଆଲଜାରି ଜୋସେଫ ଓ ଓଡେନ ସ୍ମିଥ ୨ଟି ଲେଖାଏ ଉଇକେଟ ନେଇଥିଲେ।