BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦ୍ବିତୀୟ ଟେଷ୍ଟ ହାରିଲା ଭାରତ

ଜୋହାନ୍ସବର୍ଗ,୬।୧: ଯଶ୍ରପୀତ ବୁମରା, ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ତାରାକା ଖଚ୍ଚିତ ବୋଲରଙ୍କ ଉପସ୍ଥିତି ଭାରତକୁ ନ୍ୟୁ ଇୟର ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅଧିନାୟକ ଡିନ ଏଲଗାରଙ୍କ ଅପରାଜିତ ୯୬ ରନ୍‌ର ପାଳି ଯୋଗୁ ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ଦ୍ୱିତୀୟ ଟେଷ୍ଟକୁ ଜିତି ନେଇଛି। ମ୍ୟାଚ୍‌ର ଏଭଳି ଫଳାଫଳ ଯୋଗୁ ୧-୧ର ବରାବର ସ୍ଥିତିରେ ଛିଡ଼ା ହୋଇଛି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। ଏହି ପରାଜୟ ସହ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ସ୍ତରରେ ଲୋକେଶ ରାହୁଲଙ୍କ ନେତୃତ୍ୱ କ୍ୟାରିୟର।

ପ୍ରଥମ ଇନିଂସରେ ଭାରତ ୨୦୨ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨୨୯ ରନ୍‌ କରିଥିଲା। ୨୭ ରନ୍‌ରେ ପଛୁଆ ଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୨୬୬ ରନ୍‌ କରି ଘରୋଇ ଦଳ ଆଘରେ ୨୪୦ ରନ୍‌ର ଟାର୍ଗେଟ ଛିଡ଼ା କରିଥିଲେ।