BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବାଙ୍ଗଲାଦେଶର ଐତିହାସିକ ବିଜୟ

ମାଉଣ୍ଟ ମାଙ୍ଗାନୁଇ : ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ଦଳ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ତାହାର ନିଜ ମାଟିରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି । ଏହି ଦୁଇଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ବାଂଲାଦେଶ ଦଳ ବିଶ୍ୱ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ପ୍ରଥମ ପାଳିରେ ୩୨୮ ଓ ଦ୍ୱିତୀୟ ପାଳିରେ ୧୬୯ ରନ ସଂଗ୍ରହ କରିଥିବାବେଳେ ବାଂଲାଦେଶ ପ୍ରଥମ ପାଳିରେ ୪୫୮ ଓ ଦ୍ୱିତୀୟ ପାଳିରେ ୪୨ ରନ୍‍ ସଂଗ୍ରହ କରି ଏହି ସଫଳତା ହାସଲ କରିଛି ।
ସୂଚନାଯୋଗ୍ୟ ଯେ ବାଂଲାଦେଶ କ୍ରିକେଟ ଦଳ ୨୦୦୧ରୁ ନ୍ୟୁଜିଲାଣ୍ଡ ଗସ୍ତ କରିଆସୁଛି । ଏହା ମାଉଣ୍ଟ ମାଙ୍ଗାନୁଇ ଟେଷ୍ଟ ପୂର୍ବରୁ ସେଠାରେ ୩୨ଟି ମ୍ୟାଚ ଖେଳି ସମସ୍ତ ମ୍ୟାଚରେ ପରାସ୍ତ ହୋଇଥିଲା । ତେବେ ଏହି ବିଜୟ ସହିତ ବିଶ୍ୱ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚରେ ଜିତିବା ନେଇ ବାଂଲାଦେଶର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ୨୦୧୧ ଜାନୁଆରୀରେ ହାମିଲଟନ ଠାରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ବିଜୟ ହାସଲ କରିଥିବାବେଳେ ତାହା ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡକୁ ତାହାର ଦେଶରେ ଟେଷ୍ଟ ମ୍ୟାଚରେ ପରାସ୍ତ କରିବାରେ ବାଂଲାଦେଶ ପ୍ରଥମ ଏସୀୟ ରାଷ୍ଟ୍ର ହୋଇଛି । ଦ୍ୱିତୀୟ ଇନିଂସରେ ଇବାଦନ ହୋସେନ୍‍ଙ୍କ ୬ଟି ୱିକେଟ ସଂଗ୍ରହକୁ ପାଥେୟ କରି ଏବଂ ପ୍ରଥମ ଇନିଂସରେ ଦଳର ବ୍ୟାଟସମ୍ୟାନମାନଙ୍କର ସମ୍ମିଳିତ ରନ୍‍ ସଂଗ୍ରହ ପ୍ରୟାସ ବଳରେ ବାଂଲାଦେଶ ଏହି ଟେଷ୍ଟର ଖେଳ ଶେଷଦିନ ପ୍ରଥମ ଅଧିବେଶନରେ ବିଜୟ ହାସଲ କରିଥିଲା । ଦଳର ଏକ ନମ୍ବର ଅଲ୍‍ ରାଉଣ୍ଡର ଶାକିବ ଅଲ୍‍ ହାସନଙ୍କ ଅନୁପସ୍ଥିତି ସତ୍ୱେ ବାଂଲାଦେଶକୁ ଏହି ସଫଳତା ମିଳିଛି ।