BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିଠାରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ

ଜୋହାନସବର୍ଗ,୩/୧(ବ୍ୟୁରୋ) : ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଚଳିତ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ଟେଷ୍ଟ ମ୍ୟାଚ ସୋମବାରଠାରୁ ଜୋହାନସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମ ଖେଳାଯିବ। ନୂତନ ବର୍ଷରେ ଏହା ଭାରତର ପ୍ରଥମ ଟେଷ୍ଟ ମ୍ୟାଚ ହେବ। ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ସେଞ୍ଚୁରିଅନରେ ଖେଳା ଯାଇଥିବା ପ୍ରଥମ ମ୍ୟାଚକୁ ଭାରତ ୧୧୩ରନରେ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଭ୍ରମଣକାରୀ ବିରାଟ ବାହିନୀ ନିକଟରେ ଜୋହାନସବର୍ଗରେ ଇତିହାସ ସୃଷ୍ଟି କରିବା ନେଇ ସୁଯୋଗ ରହିଥିବାବେଳେ ଘରୋଇ ଦଳ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ(ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଶ୍ରେୟାଶ ଆୟର, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ସାହା(ୱିକେଟରକ୍ଷକ), ଜୟନ୍ତ ଯାଦବ, ପ୍ରିୟଙ୍କ ପଞ୍ଚାଲ, ଉମେଶ ଯାଦବ, ହନୁମା ବିହାରୀ, ଇଶାନ୍ତ ଶର୍ମା।