BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପଟିଆ ପ୍ରିମିଅର ଲିଗ୍ (ପିପିଏଲ) ଉଦଯାପିତ

ଭୁବନେଶ୍ୱର,୧ା୧-ପଟିଆ ଗଡ ପକ୍ଷରୁ ଆୟୋଜିତ ପଟିଆ ପ୍ରିମିଅର ଲିଗ (ପିପିଏଲ) ସଟ୍ ବାଉଣ୍ଡରୀ ଟେନିସ ବଲ କ୍ରିକେଟ
ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ପଟିଆ ଟାଇଗରକୁ ହରାଇ ପଟିଆ ଫାୟାର ବଲ ଚମ୍ପିୟନ ହୋଇଛି । ଦୀର୍ଘ ଚାରିଦିନ ଧରି ୬ ଟି ଦଳ ମଧ୍ୟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଆଜି
ଫାଇନାଲ ମ୍ୟାଚ ପଟିଆ ଟାଇଗର ଓ ପଟିଆ ଫାୟାର ବଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପଟିଆ ଟାଇଗର ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୩ଟି ଓ୍ବିକେଟ ହରାଇ ୬୬ ରନ ସଂଗ୍ରହ କରିଥିଲା ଜବାବରେ ଫାୟାର ବଲ ଦୁଇ ଓ୍ବିକେଟ ବିନିମୟରେ ୬୭ ରନ କରି ମ୍ୟାଚ ଜିତି ନେଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଚମ୍ପିୟାନ ଦଳକୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ
କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ତ୍ରୈଲୋକ୍ୟ ରାଉତ,ଚିକୁ ରାୟ, ହିମାଂଶୁ ଦାସ ପ୍ରମୁଖ ଯୋଗଦେଇଥିଲେ । ୬ ଟି ଦଳର ଓନର ନିର୍ମଳ ମହାରଣା,ମିଲନ ରାଉତ,ୟଶବନ୍ତ ସାମଲ,ସୁବାଷ ପରିଡା, ବିଦ୍ୟାଧର ମହାରଣା
ଓ ବାସୁଦେବ ଜେନା ଉପସ୍ଥିତ ଥିଲେ ।
ସାଗର ରାଉତ,ନିର୍ମଳ ରାଉତ, ଲିପୁ ଜେନା, ଆନ ଜେନା ପରିଚାଳନା କରିଥିଲାବେଳେ ପଟିଆ ଗଡର ସମସ୍ତ କ୍ରିଡାବିତ ମାନେ ସହେଯାଗ କରିଥିଲେ ।