BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବଡ ସ୍କୋରକୁ ମାତ ଦେଇ ସିରିଜ ଜିତିଲା ପାକିସ୍ତାନ

କରାଚୀ,୧୬।୧୨: ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୨୦୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌କୁ ଜିତି ନେଇଛି ପାକିସ୍ତାନ। ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ପାକିସ୍ତାନ କଦାପି ଏତେ ବଡ଼ ସ୍କୋରର ପିଛା କରି ମ୍ୟାଚ୍‌ ଜିତି ନ ଥିଲା। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ବାବର ଆଜାମଙ୍କ ନେତୃତ୍ୱାଧୀନ ଦଳ କ୍ଲିନ ସୁଇପ୍‌ ହାସଲ କରିଛି। ବିଜୟ ପଛରେ ମୁଖ୍ୟତଃ ଦୁଇ ଓପନର ମହମ୍ମଦ ରିଜଓ୍ବାନ ଓ ବାବର ଆଜାମଙ୍କ ହାତ ଥିଲା। ଦୁହେଁ ପ୍ରଥମ ଉଇକେଟ ପାଇଁ ଯୋଡ଼ିଥିଲେ ୧୫୮ ରନ୍‌।

ଟସ୍‌ ଜିତି ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜକୁ ଭଲ ଆରମ୍ଭ ଦେଇଥିଲେ ବ୍ରାଣ୍ଡନ କିଙ୍ଗ (୪୩ ରନ୍‌, ୭ ଚୌକା ୨ ଛକା) ଓ ଶାମର ବ୍ରୁକ୍ସ (୪୯ ରନ୍‌, ୨ ଚୌକା ଓ ୪ ଛକା)। ମଧ୍ୟକ୍ରମରେ ୬୪ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଅଧିନାୟକ ନିକୋଲାସ ପୁରନ। ତାଙ୍କ ଇନିଂସରେ ସାମିଲ ଥିଲା ୨ ଚୌକା ଓ ୬ ଛକା। ଏହାଛଡ଼ା ଡାରେନ ବ୍ରାଭୋଙ୍କ (୩୪ ରନ୍‌, ୩ ଚୌକା) ଯୋଗୁ ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୩ ଉଇକେଟ ହରାଇ ୨୦୭ ରନ୍‌ କରିଥିଲା।

ଜବାବରେ ପ୍ରଥମ ବଲରେ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ ମହମ୍ମଦ ରିଜଓ୍ବାନ। କିନ୍ତୁ ତାଙ୍କୁ ବଞ୍ଚାଇ ଦେଇଥିଲା ଡିଆରଏସ୍‌। ଏହାପରେ ଉଇକେଟକିପର ବ୍ୟାଟରଙ୍କ ସହ ମିଶି ଅଧିନାୟକ ବାବର ପ୍ରଥମ ଉଇକେଟ ପାଇଁ ୧୫୮ ରନ୍‌ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରି ଦେଇଥିଲେ। ବାବର ୭୯ (୯ ଚୌକା ଓ ୨ ଛକା) ଓ ରିଜଓ୍ବାନ ୮୬ (୧୦ ଚୌକା ଓ ୩ ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ। ତା’ ପରେ ଅସିଫ ଅଲିଙ୍କ ଧୂଆଁଦାର ୨୧ (୨ ଲେଖାଏ ଚୌକା ଓ ଛକା) ରନ୍‌ର ପାଳି ବଳରେ ପାକିସ୍ତାନ ୧୮.୫ ଓଭରରେ ୩ ଉଇକେଟ କ୍ଷତିରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।