BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜସ୍ଥାନକୁ ୭ ଓ୍ବିକେଟରେ ହରାଇଲା ମୁମ୍ବାଇ।

ନୂଆଦିଲ୍ଲୀ,୨୯।୪ : କୁଇଣ୍ଟନ ଡି’ କକ୍‌ଙ୍କ ଅପରାଜିତ ୭୦ ରନ୍‌ର ଇନିଂସ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳର ଏହା ୩ୟ ବିଜୟ। ଦଳ ଏବେ ୬ ପଏଣ୍ଟ ସହ ଅଙ୍କ ତାଲିକାରେ ପୂର୍ବ ଭଳି ଚତୁର୍ଥ ସ୍ଥାନରେ ରହିଛି।

ପ୍ରଥମ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଭଲ ଆରମ୍ଭ ଦେଇଥିଲେ ଜୋସ ବଟଲର (୪୧) ଓ ଜଶସ୍ବୀ ଜୈଶ୍ୱାଲ(୩୨)ଙ୍କ ଓପନିଂ ଯୋଡ଼ି। ଦୁହେଁ ୭.୩ ଓଭରରେ ୬୬ ରନ୍‌ ଯୋଡ଼ିଥିଲେ। ତା’ ପରେ ବିସ୍ଫୋରକ ୪୨ ରନ୍‌ର ଇନିଂସ ଖେଳିଥିଲେ ଅଧିନାୟକ ସଞ୍ଜୁ ସାମସନ। କିନ୍ତୁ ଶିବମ ଦୁବେ ଅନ୍ତ୍ୟନ୍ତ ଧିମା ବ୍ୟାଟିଂ କରି ୩୧ ବଲରେ ମାତ୍ର ୩୫ ରନ୍‌ କରିଥିଲେ। ଅବଶ୍ୟ ତାଙ୍କ ଛୋଟିଆ ଇନିଂସରେ ସାମିଲ ଥିଲା ୨ ଲେଖାଏ ଚୌକା ଓ ଛକା। ଫଳରେ ରାଜସ୍ଥାନ ୪ ଉଇକେଟ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ୯ ବଲ ପୂର୍ବରୁ ୩ ଉଇକେଟ ହରାଇ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ମୁମ୍ବାଇ। ଦଳ ପାଇଁ ଡି’ କକ୍‌ ୭୦* (୬ ଚୌକା ଓ ୨ ଛକା) ଓ କ୍ରୁନାଲ ପାଣ୍ଡ୍ୟା ୩୯ ( ୨ ଲେଖାଏ ଚୌକା ଓ ଛକା) ରନ୍‌ କରିଥିଲେ। ରାଜସ୍ଥାନ ପକ୍ଷରୁ କ୍ରିସ ମୋରିସ ହାତେଇଥିଲେ ୨ ଉଇକେଟ।