BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ହେବେ ରିଷଭ।

ନୂଆଦିଲ୍ଲୀ, ୩୦।୩ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ ରିଷଭ ପନ୍ତ। ୨୧ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ନିୟମିତ ଅଧିନାୟକ ଶ୍ରେୟାସ ଆୟାରଙ୍କ ଅନୁସ୍ଥିତିରେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଆୟାରଙ୍କ କାନ୍ଧରେ ଆଘାତ ଲାଗିଥିଲା।

ମୁଁ ଦିଲ୍ଲୀରେ ବଡ଼ ହୋଇଛି। ଆଉ ୬ ବର୍ଷ ତଳେ ଏଠାରେ ମୋ ଆଇପିଏଲ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଦଳର ନେତୃତ୍ୱ ନେବା ଲାଗି ମୁଁ ଦେଖିଥିବା ସ୍ବପ୍ନ ଏବେ ସତ ହୋଇଯାଇଛି। ମୋତେ ଏହି ଗୁରୁ ଦାୟିତ୍ୱ ପାଇଁ ଉପଯୁକ୍ତ ମନେ କରିଥିବାରୁ ମୁଁ ଫ୍ରାଞ୍ଚାଇଜର ମାଲିକଙ୍କ ନିକଟରେ କୃତଜ୍ଞତା ଜଣାଉଛି। ଦିଲ୍ଲୀ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ମୁଁ  ବ୍ୟଗ୍ର ବୋଲି ପନ୍ତ କହିଛନ୍ତି।