BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଗୋଟିଏ ଓଭରରେ ୬ଟି ଛକା ମାରି ରେକର୍ଡ କଲେ।

କଲମ୍ବୋ,୨୯।୩ : ଅଲରାଉଣ୍ଡର ଥିସାରା ପେରେରା ଶ୍ରୀଲଙ୍କାର ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ଲଗାଇଛନ୍ତି ୬ଟି ଛକା। ୩୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସୋମବାର ଖେଳାଯାଇଥିବା ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ୧୩ଟି ବଲର ସମ୍ମୁଖୀନ ହୋଇ ଖେଳିଛନ୍ତି ୫୨ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୮ ଛକା। ଏଥିରୁ ୬ଟି ଛକା ସେ ଗୋଟିଏ ଓଭରରେ ଲଗାଇଥିଲେ। ଆଉ ଏହା ହେଲା ଶ୍ରୀଲଙ୍କାର ପ୍ରଥମ ଶ୍ରେଣୀ କ୍ରିକେଟର ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ପେସାଦାର କ୍ରିକେଟରେ ଗୋଟିଏ ଓଭରରେ ୬ ଛକା ଲଗାଇବାରେ ପେରେରା ବିଶ୍ୱର ୯ମ ବ୍ୟାଟ୍ସମ୍ୟାନ। ଏଥି ପୂର୍ବରୁ ଗାରିଫିଲ୍ଡ ସୋବର୍ସ, ହର୍ସେଲ ଗିବ୍ସ, ଯୁବରାଜ ସିଂ, ରସ ଓ୍ବିଟଲେ, ହାଜରୁତୁଲା ଜାଜାଇ, ଲିଓ କାର୍ଟର ଓ କିରନ ପୋଲାର୍ଡ ସମାନ ସଫଳତାର ଅଧିକାରୀ ହୋଇଥିଲେ।