BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସହୀଦ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ସଚିବାଳୟ କର୍ମଚାରୀ ଟିମ୍ ଚମ୍ପିୟାନ।

ଭୁବନେଶ୍ୱର,୨୮/୨- ସହୀଦ ଭଗତ ସି° ଯୁବ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ସହୀଦ କପ୍-୨୦୨୧ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ୍ କ୍ଲବକୁ ହରାଇ ସଚିବାଳୟ କର୍ମଚାରୀ ଟିମ୍ ଚମ୍ପିୟାନ ହୋଇଛି।
ରବିବାର ସକାଳ ୮ ଟାରେ ନୟାପଲ୍ଲୀ ସ୍ଥିତ ଏନ୍ ୬ ପଡିଆରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ଟିମ ଯଥା ରାଜନେତା, ଅଭିନେତା, ସାମ୍ବାଦିକ ଓ ସଚିବାଳୟ କର୍ମଚାରୀ ଭାଗ ନେଇଥିଲେ। ପ୍ରଥମ ମ୍ୟାଚ ଅଭିନେତା ଓ ସଚିବାଳୟ କର୍ମଚାରୀ ଟିମ୍ ମଧ୍ୟରେ ହୋଇଥିଲା। ଏହାକୁ ରାଜ୍ୟସଭା ସା°ସଦ ମୁନା ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ସଚିବାଳୟ ଟିମ୍ ବିଜୟୀ ହୋଇଥିଲା। ସେହିପରି ଦ୍ବିତୀୟ ମ୍ୟାଚ ରାଜନେତା ଓ ବି ଏମ୍ ଏସ୍ ସି ମଧ୍ୟରେ ହୋଇଥିଲା। ବି ଏମ୍ ଏସ୍ ସି ବିଜୟଲାଭ କରିଥିଲା। ନିର୍ଣ୍ଣାୟକ ମ୍ୟାଚ ସଚିବାଳୟ କର୍ମଚାରୀ ଓ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଚିବାଳୟ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮୮ ରନ୍ ସ°ଗ୍ରହ କରିଥିଲା। ଜବାବରେ ବି ଏମ୍ ଏସ୍ ସି ୧୦ ଓଭରରେ ୪ ଓ୍ବିକେଟ ହରାଇ ୭୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସଚିବାଳୟ କର୍ମଚାରୀ ଟିମ୍ ୧୭ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା।

ଉଦଯାପନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଦିଲ୍ଲୀପ ମହାନ୍ତି ଓ ଜିଲ୍ଲା ସଭାପତି ବାବୁ ସି° ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସହୀଦ ଭଗତ ସି° ଯୁବ ପରିଷଦର ସଭାପତି ରଶ୍ମିରଞ୍ଜନ କାନୁନଗୋ, ସମ୍ପାଦକ ସ୍ବପ୍ନେନ୍ଦୁ ମହାନ୍ତି ଓ ଆଲୋକ ନନ୍ଦ, ଦିବ୍ୟଜ୍ୟୋତି କର, ସିଦିକ ଖାନ, ଯଯାତି ମିଶ୍ର, ଶ୍ରୀକାନ୍ତ ଦାଶ, ପୁଣ୍ୟାଶ୍ଳୋକ ମହାନ୍ତି, ରଶ୍ମିରଂଜନ ମହାନ୍ତି , ବଟକୃଷ୍ଣ ରାଉତ , ପ୍ରଣୟ ବେହେରା ଓ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।