BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୈାରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ଵ

ନୂଆଦିଲ୍ଲୀ : ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ‘ଡାଇରେକ୍ଟର ଅଫ୍‌ କ୍ରିକେଟ୍‌’ ନିଯୁକ୍ତ କରାଯାଇଛି। ଗାଙ୍ଗୁଲି ଦିଲ୍ଲୀ ଫ୍ରାଞ୍ଚାଇଜରେ ଯୋଗ ଦେଇସାରିଛନ୍ତି ଏବଂ ଦିଲ୍ଲୀର ତାଲିମ ଶିବିରରେ ମଧ୍ୟ ଉପସ୍ଥିତ ଅଛନ୍ତି, କିନ୍ତୁ ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ଗୁରୁବାର ଘୋଷଣା କରାଯାଇଛି। ପୂର୍ବରୁ ଆଇପିଏଲ ୨୦୧୯ରେ ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ଥିଲେ।
ତାଙ୍କର ଏହି ନୂତନ ଦାୟିତ୍ୱକୁ ନେଇ ଗାଙ୍ଗୁଲି କହିଛନ୍ତି, ମୁଁ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବାକୁ ଉତ୍ସାହିତ ଅଛି। ଗତ କିଛି ମାସ ଧରି, ମୁଁ ଦିଲ୍ଲୀ କ୍ୟାପିଟାଲ୍ସର ବିଭିନ୍ନ ଦଳ ସହିତ ଜଡିତ ଅଛି। ଡବ୍ଲ୍ୟୁପିଏଲ୍‌ରେ ଦିଲ୍ଲୀ ଫ୍ରାଞ୍ଚାଇଜ ମହିଳା ଦଳ ଏବଂ ସା୨୦ର ପ୍ରିଟୋରିଆ କ୍ୟାପିଟାଲ୍ସ ସହିତ ମୁଁ ଜଡିତ ଥିଲି। ବର୍ତ୍ତମାନ ମୁଁ ଆଇପିଏଲର ଆଗାମୀ ସିଜିନକୁ ଅପେକ୍ଷା କରିଛି। ମୋର ଶେଷ କାର୍ଯ୍ୟକାଳ ମଧ୍ୟରେ, ଦିଲ୍ଲୀ କ୍ୟାପିଟାଲ୍ସ ଏକ ଦଳ ଭାବରେ ଭଲ ପ୍ରଦର୍ଶନ କରିଥିଲା। ଏଥର ମଧ୍ୟ ମୋର ସମାନ ଆଶା ଅଛି। ସୌରଭ ଗାଙ୍ଗୁଲିଙ୍କ ପରାମର୍ଶରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୧୯ରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଥିଲା।
ରିଷଭ ପନ୍ତଙ୍କ ଅନୁପସ୍ଥିତିରେ, ଦିଲ୍ଲୀ କ୍ୟାପିଟାଲ୍ସ ଡେଭିଡ ୱାର୍ନରଙ୍କୁ ଆଇପିଏଲ ୨୦୨୩ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।