BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମାର୍ଚ୍ଚ ୪ରୁ ମହିଳା ପ୍ରିମିୟର ଲିଗ୍

କୋଲକାତା,୭।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏହି ଟୁର୍ନାମେଣ୍ଟ ମୁମ୍ବାଇର ଦୁଇଟି ଷ୍ଟାଡିୟମ ବ୍ରାବୋର୍ନ ଏବଂ ଡିଓ୍ବାଇ ପାଟିଲରେ ଖେଳାଯିବ। ଏହି ଦୁଇଟି ଷ୍ଟାଡିୟମରେ ମୋଟ ୨୨ ଟି ମ୍ୟାଚ ଖେଳାଯିବ।

ମହିଳା ଟି-୨୦ ବିଶ୍ୱକପ ପରେ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଯେଭଳି ସୁବିଧା ହେବ ସେଥିପାଇଁ ଏହି ଲିଗ କେବଳ ଗୋଟିଏ ସ୍ଥାନରେ ଅନୁଷ୍ଠିତ ହେଉଛି। ଫେବୃଆରୀ ୧୦ ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ମହିଳା ଟି-୨୦ ବିଶ୍ୱକପ ଟୁର୍ନାମେଣ୍ଟ ଖେଳାଯିବ । ଏହା ପରେ ମହିଳା ଆଇପିଏଲ ଆରମ୍ଭ ହେବ ।

ଏଥି ସହିତ, ଫେବୃଆରୀ ୧୩ ରେ, ଖେଳାଳିମାନଙ୍କୁ ମୁମ୍ବାଇରେ ନିଲାମ କରାଯିବ। ମହିଳା ଆଇପିଏଲ ନିଲାମ ପାଇଁ ମୋଟ ୧୫୨୫ ଖେଳାଳି ପଞ୍ଜୀକୃତ ହୋଇଥିଲେ। ସେଥିମଧ୍ୟରୁ ୪୦୯ ଖେଳାଳି ଶର୍ଟଲିଷ୍ଟ ହୋଇଛନ୍ତି। ସେଥିମଧ୍ୟରୁ ୨୪୬ ଜଣ ଭାରତୀୟ ଏବଂ ୧୬୩ ଜଣ ବିଦେଶୀ ଖେଳାଳି ଅଛନ୍ତି। ୧୬୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ଆଠ ଜଣ ଆସୋସିଏଟ ଦେଶରୁ ଆସିଛନ୍ତି। ଚଳିତ ବର୍ଷ ମହିଳା ପ୍ରିମିୟର ଲିଗରେ ପାଞ୍ଚଟି ଦଳ ଖେଳୁଥିବାର ଦେଖିବାକୁ ମିଳିବ। ସେଥିମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜଏଣ୍ଟସ, ଲକ୍ଷ୍ନୌ ୱାରିୟର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ ରହିଛି