BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦ୍ବିତୀୟ ମ୍ୟାଚ ଜିତି ସିରିଜ ବରାବର କଲା ଭାରତ

ଲକ୍ଷ୍ନୌ : ଲକ୍ଷ୍ନୌ ଏକନା କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ଭାରତ ୧-୧ରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ସ୍ପିନରଙ୍କ ମୁକାବିଲା କରି ନ ପାରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୮ ଉଇକେଟ ହରାଇ ୯୯ ରନ୍‌ କରିଥିଲା। ଫଳରେ ଭାରତ ଆଗରେ ୧୦୦ ରନ୍‌ର ଟାର୍ଗେଟ ରଖିଥିଲା ନ୍ୟୁଜିଲାଣ୍ଡ।

ଅନ୍ୟପକ୍ଷେ ପିଚ୍‌ରେ ବଲ୍‌ ତଳୁଆ ରହୁଥିବା ବେଳେ ସ୍ପିନରଙ୍କ ଘାତକ ବୋଲିଂ ଯୋଗୁ ଭାରତକୁ ରନ୍‌ ଚେଜ୍‌ କରିବା ସହଜ ନ ଥିଲା। ୧୦୦ ରନ୍‌ର ପିଛା କରୁଥିବା ଦଳ ଭାରତର ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୨୬* ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଶନ୍‌ ୧୯, ହାର୍ଦ୍ଦିକ୍‌ ପାଣ୍ଡ୍ୟା ୧୫* ଓ ରାହୁଲ ତ୍ରିପାଠୀ ୧୩ ରନ୍‌ କରିଥିଲେ। ଫଳରେ ଭାରତ ୧୯.୫ ଓଭରରେ ୪ ଉଇକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା। ସିରିଜ ୧-୧ରେ ରହିଥିବା ବେଳେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ବୁଧବାର ସିରିଜର ଅନ୍ତିମ ମ୍ୟାଚ ଖେଳାଯିବ।