BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଶ୍ବକପ୍ ଜିତିଲା ଭାରତ ମହିଳା ଦଳ(୧୯)

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧: ଭାରତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ହାସଲ କରିଛି। ଶେଫାଳି ବର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ଫାଇନାଲରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। ଟିମ ଇଣ୍ଡିଆ ଏହି ବିଶ୍ୱକପର ପ୍ରଥମ ସଂସ୍କରଣ ଜିତି ଇତିହାସ ସୃଷ୍ଟି କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭାରତ ସମ୍ମୁଖରେ ୬୯ ରନ ସଂଗ୍ରହ କରିଥିଲା ଏବଂ ଟିମ ଇଣ୍ଡିଆ ୩ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା।
ଶେଫାଳି ଭର୍ମା, ରିଚା ଘୋଷ ଏବଂ ଶ୍ୱେତା ଶେରାଓ୍ବାତଙ୍କ ଭଳି ଷ୍ଟାର ଖେଳାଳିଙ୍କ ସହ ପ୍ୟାକ ହୋଇଥିବା ଟିମ ଇଣ୍ଡିଆ ପାଇଁ ୬୯ ରନ୍‌ ଅତି ସହଜ ଲକ୍ଷ୍ୟ ଥିଲା, କିନ୍ତୁ ଇଂଲଣ୍ଡ ବୋଲରମାନେ ଚମତ୍କାର ଆରମ୍ଭ କରିଥିଲେ। ଭାରତୀୟ ଇନିଂସର ତୃତୀୟ ଓଭରରେ ଅଧିନାୟିକା ଶେଫାଳି ୧୫ ରନରେ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ଓଭରରେ ପାଞ୍ଚ ରନ ସ୍କୋର କରିବା ପରେ ଶ୍ୱେତା ମଧ୍ୟ ଆଉଟ୍‌ ହୋଇଥିଲେ। ୨୦ ରନ ମଧ୍ୟରେ ଭାରତ ଏହାର ଦୁଇ ଗୁରୁତ୍ୱପୂର୍ଣ୍ଣ ଉଇକେଟ ହରାଇଥିଲା। ଏହି ଟୁର୍ନାମେଣ୍ଟରେ ଶ୍ୱେତା ସର୍ବାଧିକ ରନ ସ୍କୋରର ହୋଇଥିବାବେଳେ ଶେଫାଳି ତୃତୀୟ ସ୍ଥାନରେ ଅଛନ୍ତି।
ଦୁଇଟି ଦ୍ରୁତ ଉଇକେଟ ଖସିଯିବା ପରେ ଭାରତୀୟ ଦଳ ଚାପରେ ରହିଥିଲା, କିନ୍ତୁ ସୌମ୍ୟା ତିୱାରୀ ଏବଂ ଜି. ତ୍ରିଶାଙ୍କ ଯୋଡି ଏକ ଭଲ ଭାଗିଦାରୀ କରିଥିଲା। ଉଭୟ ତୃତୀୟ ଉଇକେଟ ପାଇଁ ୪୬ ରନ ଭାଗିଦାରୀ ବାଣ୍ଟିଥିଲେ। ତେବେ ଭାରତର ବିଜୟ ପୂର୍ବରୁ ତ୍ରିଶା ଆଉଟ ହୋଇଥିଲେ। ସେ ୨୯ ବଲରେ ୨୪ ରନ ସଂଗ୍ରହ କରିଥିଲେ। ଶେଷରେ ସୌମ୍ୟା ତିୱାରୀ ମ୍ୟାଚ ଶେଷ କରିଥିଲେ। ସେ ୩୭ ବଲରୁ ଅପରାଜିତ ୨୪ ରନ କରିଥିଲେ।