BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୁଣି ମଇଦାନକୁ ଓହ୍ଲାଇବେ ଗାଙ୍ଗୁଲି

ନୂଆଦିଲ୍ଲୀ : ପୁଣି ଥରେ କ୍ରିକେଟ ମଇଦାନକୁ ଫେରିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ଆଗାମୀ ଦିନରେ ସେ ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ। ତେବେ ଗାଙ୍ଗୁଲିଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ମୁଖ୍ୟ କ୍ରିକେଟ(ନିର୍ଦ୍ଦେଶକ) ଭାବେ ନିଯୁକ୍ତି ଦେଇଛି।

ବିସିସିଆଇ ସଭାପତି ଭାବେ କାର୍ଯ୍ୟ ଶେଷ କରିବା ପରେ ଗାଙ୍ଗୁଲି ପ୍ରଫେସନାଲ କ୍ରିକେଟ ସହ ପୁଣି ଥରେ ଯୋଡ଼ି ହୋଇଛନ୍ତି। ପୂର୍ବରୁ ମଧ୍ୟ ସେ ଦିଲ୍ଲୀ କ୍ୟାପିଟାଲ୍ସ ସହ କାମ କରିଛନ୍ତି। ୨୦୧୯ରେ ସେ ମେଣ୍ଟର(ପରାମର୍ଶଦାତା) ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ବିସିସିଆଇ ସଭାପତି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଏହି ପଦ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ଏବେ ଗାଙ୍ଗୁଲିଙ୍କ ଭୂମିକା ବଡ଼ ହୋଇପାରେ। କାରଣ ଫ୍ରାଞ୍ଚାଇଜ ଆଇପିଏଲ୍‌ ବ୍ୟତିତ ଦକ୍ଷିଣ ଆଫ୍ରିକା ଲିଗ୍‌ ଏବଂ ଦୁବାଇ କ୍ରିକେଟ ଲିଗ୍‌ରେ ମଧ୍ୟ ଦଳ କିଣିଛି।