BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୂଆ ଫର୍ମାଟ ରେ ଖେଳାଯିବ ୨୦୨୪ ଟି-୨୦ ବିଶ୍ଵ କପ୍

ନୂଆଦିଲ୍ଲୀ : ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ୨୦୨୪। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରଥମ ରାଉଣ୍ଡ ପରେ ସୁପର ୮ ପର୍ଯ୍ୟାୟ ଖେଳାଯିବ। ୨୦୨୧ ଓ ୨୦୨୨ ସଂସ୍କରଣ ପ୍ରଥମ ରାଉଣ୍ଡ ପରେ ସୁପର ୧୨ ଖେଳାଯାଇଥିଲା। କିନ୍ତୁ ପରବର୍ତ୍ତୀ ଟୁର୍ନାମେଣ୍ଟରେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହି ପର୍ଯ୍ୟାୟରେ ୮ଟି ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଓ୍ବେଷ୍ଟଇଣ୍ଡିଜ ଓ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ରେ ଖେଳାଯିବାକୁଥିବା ଟୁର୍ନାମେଣ୍ଟର ପରବର୍ତ୍ତୀ ସଂସ୍କରଣ ପାଇଁ ୧୨ଟି ଦଳ ସ୍ଥାନ ପକ୍କା କରିସାରିଛନ୍ତି। ଆୟୋଜକ ହିସାବରେ ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏକୁ ପ୍ରଥମ ଦୁଇ ସ୍ଥାନ ମିଳିଛି। ନିକଟରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଶ୍ରେଷ୍ଠ ୮ଟି ଦଳ (ସୁପର-୧୨ର ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ୪ ଦଳ) ୨୦୨୪ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ତନ୍ମଧ୍ୟରେ ଚାମ୍ପିୟନ ଇଂଲଣ୍ଡ ଓ ରନର-ଅପ୍‌ ପାକିସ୍ତାନ ସାମିଲ। ଏହାଛଡ଼ା ଆଇସିସି ପୁରୁଷ ଟି୨୦ ର଼୍ୟାଙ୍କିଙ୍ଗରେ ପରବର୍ତ୍ତୀ ଶ୍ରେଷ୍ଠ ଦୁଇ ଦଳ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୨୪ ଟୁର୍ନାମେଣ୍ଟ ପାଇଁ ଅବଶିଷ୍ଟ ୮ ଦଳ ଆଞ୍ଚଳିକ ଟୁର୍ନାମେଣ୍ଟରୁ ନିରୂପିତ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।