BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ଭାରତ ନ୍ୟୁଜଲାଣ୍ଡ ମ୍ୟାଚ

ନାପିଅର : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ ଆଜି ଖେଳାଯିବ। ନାପିଅରରେ ଉଭୟ ଦଳ ମୁହାଁମୁହିଁ ହେବେ। ସିରିଜର ପ୍ରଥମ ମ୍ୟାଚ ବର୍ଷା ଦ୍ୱାରା ଧୋଇ ହୋଇଯାଇଥିଲା। ଏଥି ସହିତ ଦ୍ୱିତୀୟ ଟି-୨୦ରେ ଭାରତୀୟ ଦଳ ୬୫ ରନରେ ଜିତିଥିଲା। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଭାରତୀୟ ଦଳ ଏହି ସିରିଜ ଜିତିବାକୁ ହେଲେ ଶେଷ ମ୍ୟାଚ ଜିତିବାକୁ ପଡ଼ିବ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ମ୍ୟାଚ ୨୨ ନଭେମ୍ବରରେ ନାପିଅରରେ ଖେଳାଯିବ। ଭାରତୀୟ ସମୟ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ। ଟସ ସକାଳ ୧୧.୩୦ରେ ହେବ। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ଟି-୨୦ ମ୍ୟାଚ ଟେଲିକାଷ୍ଟ କରିବାର ଅଧିକାର ଡିଡି ସ୍ପୋର୍ଟସ ନିକଟରେ ରହିଛି। ମାଗଣାରେ ଏହି ମ୍ୟାଚ ଉପଭୋଗ କରିପାରିବେ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଆମାଜନ ପ୍ରାଇମ ଭିଡିଓ ଆପରେ ଦେଖିବାକୁ ମିଳିବ।