BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସିପିଆଇ ଟ୍ରେନିଂ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଶ୍ରୀ ସତ୍ୟ ସାଇ ସେବା ଅର୍ଗାନାଇଜେଶନ ଓ ଶ୍ରୀ ଜଗନ୍ନାଥ ସର୍ଭିସ ଫାଉଣ୍ଡେସନ ପକ୍ଷରୁ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍‌ରେ ସିପିଆର୍‌ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ଏହି ତାଲିମ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ହୃଦ୍‌ରୋଗ ସାରା ବିଶ୍ୱରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ। ଭାରତରେ ପ୍ରାୟ ୩୬ ପ୍ରତିଶତ ମୃତ୍ୟୁ ହୃଦ୍‌ରୋଗ ଜନିତ ହୋଇଥିବାବେଳେ ତନ୍ମଧ୍ୟରୁ ୮୦ ପ୍ରତିଶତକୁ ପ୍ରତିରୋଧ କରାଯାଇପାରିବ। ଆକଳନ ଅନୁସାରେ ଭାରତରେ ପ୍ରତିବର୍ଷ ୧ ଲକ୍ଷରେ ୪୨ ଶହରୁ ଅଧିକ ଲୋକଙ୍କର ହୃଦ୍‌ଘାତ ହୋଇଥିବାବେଳେ ତନ୍ମଧ୍ୟରୁ ୧୦ ପ୍ରତିଶତରେ ବଞ୍ଚତ୍ବାର ଆଶା ଥାଏ। ଏମାନଙ୍କ କ୍ଷେତ୍ରରେ ସିପିଆର୍‌ ବେଶ୍‌ ଗୁରୁତ୍ୱ ବହନ କରେ। ସିପିଆର୍‌ ହେଉଛି ଏକ କୌଶଳ ବା ଉଚଜ ପଦ୍ଧତି ଯାହା ହୃଦ୍‌ଘାତ ଭଳି ଜରୁରିକାଳୀନ ସମୟରେ ଜଣେ ବ୍ୟକ୍ତିର ଜୀବନ ରକ୍ଷା କରିଥାଏ। ତେଣୁ ଏପରି ପ୍ରଶିକ୍ଷଣର ଜରୁରୀ ଆବଶ୍ୟକତା ରହଛି। ଓଡିଶାରେ ୨୦୨୫ ସୁଦ୍ଧା ୨ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ଉଚଜ ତାଲିମ ଦେଇ ଲକ୍ଷ ଲକ୍ଷ ଲୋକଙ୍କୁ ହୃଦ୍‌ଘାତ ଭଳି ଆକସ୍ମିକ ମୃତ୍ୟୁରୁ ରକ୍ଷା କରିବାର ସାମର୍ଥ୍ୟ ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାର ପ୍ରାଥମିକ ପଦକ୍ଷେପ ସ୍ବରୂପ ଏଭଳି ଏକ ଗଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ହଜାର ସ୍ବେଚ୍ଛାସେବୀ ତାଲିମ୍‌ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ପ୍ରାୟ ୧୦୦୦ ପୋଲିସ୍‌ ଓ ୬୦୦ ଯୁବକ କଲେଜ ଛାତ୍ରୀ ରହିଛନ୍ତି। ଆୟକର ବିଭାଗର ପ୍ରମୁଖ ନିର୍ଦ୍ଦେଶକ (ତଦନ୍ତ) କୃଷ୍ଣ କିଶୋର ଯଷ୍ଟି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନ୍ତର୍ଜାତୀୟ ଉଚଜ ବିଶେଷଜ୍ଞ ଡ. ଭେସୁରି ଏସ୍‌. ଏନ୍‌. ମୂର୍ତ୍ତି ଉଚଜ ପଦ୍ଧତିର ଏକ ନମୁନା ଉପସ୍ଥାପନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଆମେରିକା ଓ ଭାରତରୁ ଆସିଥିବା ବିଶିଷ୍ଟ ଡାକ୍ତର ବିଶେଷଜ୍ଞମାନେ ଏହି ଅବସରରେ ସେମାନଙ୍କର ଉପସ୍ଥାପନା ରଖିଥିଲେ।