ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇଛନ୍ତି। ସିପି ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ନିର୍ବାଚନ ପରେ ଭାରତର ନୂଆ ରାଷ୍ଟ୍ରପତି ସିପି ସି.ପି. ରାଧାକ୍ରିଷ୍ଣନ ବୋଲି ଘୋଷଣା କରାଯାଇଛି। ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ସେ ନିର୍ବାଚିତ ହୋଇଛନ୍ତି । ସି.ପି. ରାଧାକ୍ରିଷ୍ଣନ ୪୫୨ ପ୍ରଥମ ପସନ୍ଦ ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଇଣ୍ଡିଆ ବ୍ଲକ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି ୩୦୦ ପ୍ରଥମ ପସନ୍ଦ ଭୋଟ୍। INDIA ବ୍ଲକର ପ୍ରାର୍ଥୀଙ୍କୁ ୧୫୨ ଭୋଟରେ ହରାଇଛନ୍ତି ସିପି ରାଧାକ୍ରିଷ୍ଣନ । ତେବେ ନିର୍ବାଚନରେ ମୋଟ ୭୬୭ ଜଣ ସାଂସଦ ଭୋଟ୍ ଦେଇଥିଲେ। ଏଥିରରୁ ୭୫୨ ଜଣ ସାଂସଦଙ୍କ ଭୋଟ୍ ବୈଧ ହୋଇଥିଲା ଏବଂ ୧୫ଟି ଭୋଟ୍ ଅବୈଧ ହୋଇଛିମୋଟ୍ ୯୮.୨ ପ୍ରତିଶତ ମତଦାନ ହୋଇଥିଲା ବୋଲି ରାଜ୍ୟସଭା ମହାସଚିବ ତଥା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି।
#WATCH | Delhi: PC Mody, Secretary-General, Rajya Sabha says, "NDA nominee and Maharashtra Governor C.P. Radhakrishnan got 452 first preference votes. He has been elected as the Vice President of India… Opposition's vice-presidential candidate Justice Sudershan Reddy secured… pic.twitter.com/hW7dUY0yfi
— ANI (@ANI) September 9, 2025
ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ବିଜେପି ସଂସଦୀୟ ବୋର୍ଡର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଉପରାଷ୍ଟ୍ରପତି ପଦ ପାଇଁ ଆଗଷ୍ଟ ୨୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇଥିଲା। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସେପ୍ଟେମ୍ବର ୯(ମଙ୍ଗଳବାର) ଅନୁଷ୍ଠିତ ହୋଇଥିଲା।ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପଦତ୍ୟାଗ କରିଥିବାରୁ ଏହି ପଦବୀ ଖାଲି ହୋଇଥିଲା।
ସିପି ରାଧାକ୍ରିଷ୍ଣନ ୪୦ ବର୍ଷରୁ ଅଧିକ ସମୟ ରାଜନୀତି ଓ ସାମାଜିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେ କୋୟମ୍ବେଟୁରରୁ ଦୁଇଥର ଲୋକସଭା ସାଂସଦ, ୨୦୦୪–୦୭ ମଧ୍ୟରେ ତାମିଳନାଡୁ ବିଜେପି ଅଧ୍ୟକ୍ଷ, ଓ ଝାରଖଣ୍ଡ ଓ ମହାରାଷ୍ଟ୍ର ରାଜ୍ୟପାଳ ଭଳି ପଦବୀରେ କାମ କରିଛନ୍ତି।
୧୯୫୭ ମସିହା ଅକ୍ଟୋବର ୨୦ରେ ତାମିଳନାଡୁର ତିରୁପୁରରେ ଜନ୍ମ ଗ୍ରହଣ କରିଥିବା ରାଧାକ୍ରିଷ୍ଣନ ଆରଏସଏସ ସହିତ ଛାତ୍ରଜୀବନରୁ ଯୋଡ଼ିହୋଇଥିଲେ। ବ୍ୟବସାୟି ପ୍ରଶାସନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ରାଧାକୃଷ୍ଣନ କ୍ରୀଡ଼ାରେ ମଧ୍ୟ ପ୍ରତିଭା ଦେଖାଇଥିଲେ — ସେ ଟେବଲ୍ ଟେନିସ୍ର ଚ୍ୟାମ୍ପିୟନ୍ ଓ ଲଂଗ୍-ଡିଷ୍ଟାନ୍ସ ରନର ଥିଲେ। ସିପି ରାଧାକ୍ରିଷ୍ଣନ୍ ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଥିଲେ।
ଭୋଟ ଗଣିତ ଅନୁସାରେ ଉପରାଷ୍ଟ୍ରପତି ପଦ ପାଇଁ ୩୯୪ ଭୋଟ ଆବଶ୍ୟକ ହେଉଥିଲା। ଏନଡିଏ ପାଖରେ ୪୨୨ ସଦସ୍ୟ (ଲୋକସଭା ୨୯୩, ରାଜ୍ୟସଭା ୧୨୯) ଥିବାରୁ ରାଧାକ୍ରିଷ୍ଣନଙ୍କ ବିଜୟ ପ୍ରାୟ ନିଶ୍ଚିତ ବୋଲି ଅନୁମାନ କରାଯାଇଥିଲା।