BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶାରେ ପୁଣି କୋଭିଡ୍ ଆତଙ୍କ: ଭୁବନେଶ୍ବରରେ ଜଣେ ଆକ୍ରାନ୍ତ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ପୁଣି କାୟା ବିସ୍ତାର କରିଛି କୋରୋନା। ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ବର୍ଷ ବ୍ୟବଧାନ ପରେ ଓଡ଼ିଶାରେ ପୁଣି କୋଭିଡ୍ ଆତଙ୍କର ସଙ୍କେତ ମିଳିଛି । ରାଜଧାନୀ ଭୁବନେଶ୍ବରରେ ଜଣେ ବୟସ୍କ ବ୍ୟକ୍ତି କୋଭିଡରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ଉକ୍ତ ବ୍ୟକ୍ତିକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କର ଚିକିତ୍ସା ଚାଲିଛି ।

ମିଳିଥିବା ତଥ୍ୟ ଅନୁଯାୟୀ, ଉକ୍ତ ବ୍ୟକ୍ତିକୁ କିଛି ଦିନ ତଳେ ଜ୍ୱର ଆସିଥିଲା। କାଶ ଓ ଶ୍ୱାସକଷ୍ଟ ଜନିତ ଲକ୍ଷଣ ଦେଖାଦେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା ଓ ସେ କୋଭିଡ୍ ପଜିଟିଭ୍ ଥିବା ନିଶ୍ଚିତ ହେବା ପରେ ଚିକିତ୍ସକମାନେ ଉଚିତ ସତର୍କତା ନେଇଛନ୍ତି ।

ସମ୍ପୃକ୍ତ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିଲେ ବୋଲି ଜଣାପଡିଛି। କୋରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସମୃକ୍ତ ବ୍ୟକ୍ତି ଟେଷ୍ଟ କରିଥିଲେ। ତା ପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି।

ସ୍ୱାସ୍ଥ୍ୟ ବିଭାଗ ପାଖରୁ କୁହାଯାଇଛି ଯେ, ଆବଶ୍ୟକ ପଡିଲେ ତାଙ୍କର ଜନସମ୍ପର୍କ ତାଲିକା ତିଆରି କରାଯିବା ସହ ବ୍ୟକ୍ତି ଯାହା ସହିତ ନିକଟ ସମ୍ପର୍କ ରଖିଥିଲେ, ସେମାନଙ୍କର କୋଭିଡ ଟେଷ୍ଟ କରିବା ପାଇଁ ପ୍ରସ୍ତୁତି କରାଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ଘଟଣା ରାଜ୍ୟରେ କୋଭିଡ୍ ଫେରିବାର ସମ୍ଭାବନାକୁ ସୂଚନା ଦେଉଛି । ସେପଟେ, ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଓ ଭିଡ଼ ଏଡାଇବା ପାଇଁ ଅନୁରୋଧ କରାଯାଇଛି ।

ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ – କୋଭିଡ୍ ଆଉ ଥରେ ଫେରିଛି ।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ