BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୂଆବର୍ଷରେ ଭାରତ ପାଇଁ ଖୁସି ଖବର। କୋଭିସିଲ୍ଡକୁ ମିଳିଲା ମଞ୍ଜୁରୀ।

ନୂଆଦିଲ୍ଲୀ,୧।୧- ନୂଆ ବର୍ଷରେ ଦେଶବାସୀଙ୍କୁ ମିଳିଛି ଖୁସି ଖବର। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ଭ୍ୟାକ୍‌ସିନ କୋଭିସିଲ୍ଡକୁ ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି। ସରକାରଙ୍କ ପକ୍ଷରୁ ନିଯୁକ୍ତ ବିଶେଷଜ୍ଞଙ୍କ ପ୍ୟାନେଲ ଶୁକ୍ରବାର ଏହି ଭ୍ୟାକ୍‌ସିନକୁ ଜରୁରୀକାଳିନ ଅନୁମତି ଦେଇଥିବାବେଳେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଭ୍ୟାକସିନର ବ୍ୟବହାର ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ନେବେ।

କୋଭିସିଲ୍ଡର ପ୍ରାୟ ୫ କୋଟି ଡୋଜ ପ୍ରସ୍ତୁତ ରଖିଛି ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)। ରିପୋର୍ଟ ମୁତାବକ, ଚଳିତ ମାସ ୨ ତାରିଖରେ ବିଭିନ୍ନ ରାଜ୍ୟକୁ ଏହି ଟୀକା ସୁରକ୍ଷିତ ଭାବେ ପଠାଯିବ। ଏହାପରେ ପ୍ରତି ରାଜ୍ୟରେ କରୋନା ଟୀକାକରଣ ପାଇଁ ଡ୍ରାଏ ରନ ବା ରିହର୍ସଲ ହେବ।