BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମହଙ୍ଗା ପଡ଼ିଲା ବଟନ୍‌ ନ ଦେଇ କୋର୍ଟ ଆସିବା, ଓକିଲଙ୍କୁ ୬ ମାସ ଜେଲଦଣ୍ଡ ଶୁଣାଇଲା କୋର୍ଟ

ଲକ୍ଷ୍ନୌ: ଉପଯୁକ୍ତ ପୋଷାକ ପିନ୍ଧି ଏବଂ ସାର୍ଟ ବଟନ୍‌ ନ ଦେଇ କୋର୍ଟକୁ ଆସିବା ସମ୍ବନ୍ଧିତ ଅବମାନନା ମାମଲାରେ ସ୍ଥାନୀୟ ଓକିଲ ଅଶୋକ ପାଣ୍ଡେଙ୍କୁ ଆହ୍ଲାବାଦ ହାଇକୋର୍ଟ ୬ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଏହା ସହିତ ୨ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଏହି ରାଶି ନ ଦେଲେ ଆଉ ଗୋଟେ ମାସ ଜେଲ୍‌ଦଣ୍ଡ ଭୋଗିବେ ବୋଲି ହାଇକୋର୍ଟ କହିଛନ୍ତି। ଏହା ସହିତ ଲକ୍ଷ୍ନୌର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାରି ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉପଯୁକ୍ତ ପୋଷାକ ପିନ୍ଧି ଏବଂ ସାର୍ଟ ବଟନ୍‌ ନ ଦେଇ କୋର୍ଟକୁ ଆସିବା ସମ୍ବନ୍ଧିତ ଅବମାନନା ମାମଲା ୨୦୨୧ର। ଓକିଲଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଅଭିଯୋଗ ଲାଗିଥିଲା। ସେ କୋର୍ଟରେ ଖରାପ ଆଚରଣ କରିଥିଲେ। କୋର୍ଟ କାର୍ଯ୍ୟରେ ସାମିଲ ହେବାକୁ ମଧ୍ୟ ମନା କରି ଦେଇଥିଲେ।  ଜଷ୍ଟିସ ବିବେକ ଚୌଧୁରୀ ଏବଂ ବିଆର ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁବାର ଏହି ଦଣ୍ଡ ଘୋଷଣା କରିଥିଲେ। ମାମଲାର ଗୁରୁତ୍ବକୁ ଦେଖି ଓକିଲଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ ବୋଲି କୋର୍ଟ କହିଥିଲେ।

ଏହା ସହିତ ଓକିଲ ପାଣ୍ଡେଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଏବଂ ଲକ୍ଷ୍ନୌ ଖଣ୍ଡପୀଠରେ ଆଇନ ଅଭ୍ୟାସ ପାଇଁ ତାଙ୍କୁ କାହିଁକି ନିଷିଦ୍ଧ କରାଯିବ ନାହିଁ ବୋଲି ଏଥିରେ ପଚରା ଯାଇଛି। ମେ’ ମାସ ସୁଦ୍ଧା ଏହା ଉପରେ ଜବାବ ଦେବାକୁ କୁହାଯାଇଛି। ୨୦୨୧ ଅଗଷ୍ଟ ୧୮ରେ ଓକିଲ ପାଣ୍ଡେ ଉଚିତ ପୋଷାକ ନ ପିନ୍ଧି କୋର୍ଟରେ ପହଞ୍ଚି ଥିଲେ। ସେ ସାର୍ଟ ବଟନ୍‌ ଦେଇ ନ ଥିଲେ। ଏହାକୁ ନେଇ ବିଚାରପତି ତାଙ୍କ ଉପରେ ପ୍ରଶ୍ନ ଉଠାଇ ଥିଲେ। କୋର୍ଟରୁ ବାହାରି ଯିବାକୁ କହିବାରୁ ଓକିଲ ବିଚାରପତିଙ୍କୁ ଖରାପ ବ୍ୟବହାର କରି ଗୁଣ୍ଡା କହିଥିଲେ। ପରେ କୋର୍ଟ ନିଜ ଆଡୁ ଅବମାନନା ମାମଲା ରୁଜୁ କରି ଓକିଲଙ୍କୁ ନୋଟିସ ଜାରି କରିଥିଲେ।