BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ନୂଆ ଗାଇଡ ଲାଇନ

ଭୁବନେଶ୍ୱର:ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ଗାଇଡ ଲାଇନ । କେବେ ଆସିବ ପ୍ରଶ୍ନପତ୍ର, କେମିତି ରହିବ ଉତ୍ତରଖାତା ଏ ସମସ୍ତ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସ୍କୁଲକୁ ଜଣାଇ ଦିଆଯାଇଛି । ମାର୍ଚ୍ଚ ୧ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ମିଳିବ ୩୦ ପୃଷ୍ଠାର ଉତ୍ତରଖାତା । ତେବେ ୨୦୨୦ ପୂର୍ବରୁ ପଞ୍ଜୀକରଣ କରିଥିବା ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ୨୮ ପୃଷ୍ଠାର ଉତ୍ତରଖାତା ଦିଆଯିବ । ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତରଖାତା ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଦୁଇଟି ପର୍ଯାୟରେ ପରୀକ୍ଷା ପରିଚାଳନା ହବକୁ ପ୍ରଶ୍ନପତ୍ର ପଠାଯିବ । ମାର୍ଚ୍ଚ ୧ରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ବିଷୟ ଗୁଡିକର ପରୀକ୍ଷା ଲାଗି ଫେବ୍ରୁଆରୀ ୨୨ରୁ ୨୬ ତାରଖ ମଧ୍ୟରେ ପ୍ରଶ୍ନପତ୍ର ପଠାଯିବ । ସେହିପରି ମାର୍ଚ୍ଚ ୧୮ ପରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ମାର୍ଚ୍ଚ ୧୫ରୁ ୧୮ ମଧ୍ୟରେ ପଠାଯିବ । ଏ ନେଇ ବୋର୍ଡ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଧାନଶିକ୍ଷକଙ୍କୁ ଜଣାଇ ଦିଆଯାଇଛି ।

ପ୍ରଶ୍ନପତ୍ର ହବରେ ସିସିଟିଭି ଲଗାଯିବା ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ହବରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହିବେ । ଯଦି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର  ନିର୍ଧାରିତ ସମୟରେ ନ ପହଞ୍ଚେ ତେବେ ସେଣ୍ଟର ସୁପରଭାଇଜର ତୁରନ୍ତ ହବସସୁପରଭାଇଜରଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ କୁହଯାଇଛି ।

ସେହିପରି ପରୀକ୍ଷା ହଲ ନିକଟରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ପରିସ୍ରାଗାର ରଖିବାକୁ କୁହାଯାଇଛି । ପରୀକ୍ଷାର୍ଥୀ ଅତିବେଶରେ ୨ରୁ ୩ମିନିଟ ପାଇଁ ବାହାରକୁ ଯାଇ ପାରିବେ । ବାହାରକୁ ଯିବା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଇନଭିଜିଲେଟରଙ୍କ ପାଖରେ ଦାଖଲ କରି ଯିବେ । ଇନଭିଜିଲେଟର, ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଖୋଲାଯିବ ।