BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିମାନରେ ଆସୁଛି କରୋନା

ନୂଆଦିଲ୍ଲୀ,୧୧।୧: ଅନେକ ଦେଶରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତରେ ବିମାନ ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷଣ କରାଯାଉଛି। ଫଳାଫଳସ୍ବରୂପ ଅଧିକାଂଶ ଯାତ୍ରୀଙ୍କ ମଧ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନର ସବ୍‌-ଭାରିଆଣ୍ଟ ବିଏଫ୍‌-୭ ମିଳୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ବୁଧବାର ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିଆ କହିଛନ୍ତି, ଆଜି ପର୍ଯ୍ୟନ୍ତ କୋଭିଡ-୧୯ ଲାଗି ୧୫ ଲକ୍ଷରୁ ଅଧିକ ବିମାନ ଯାତ୍ରୀଙ୍କ ପରୀକ୍ଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାତ୍ରୀମାନେ ବିଏଫ୍‌-୭ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ଭାରତୀୟ ଟିକା ଏହି ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ ବୋଲି ସେ କହିଛନ୍ତି।