BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏହି ୬ଟି ଦେଶରୁ ଭାରତକୁ ଆସିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଦେଶରେ ଟେଷ୍ଟିଂ ଓ ସଂକ୍ରମଣକୁ ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୀକ୍ଷା କରାଯାଇଥିବା ବେଳେ ବର୍ତ୍ତମାନ ଗାଇଡଲାଇନ୍‌ ଜାରି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି । ଗାଇଡଲାଇନ୍‌ ଅନୁସାରେ ବର୍ତ୍ତମାନ ସଂକ୍ରମଣ ବ୍ୟାପୁଥିବା ଦେଶ ଗୁଡ଼ିକରୁ ଆସିଲେ ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ବ୍ୟାପୁଥିବା ୬ଟି ଦେଶ ତଥା ଚୀନ୍‌, ସିଙ୍ଗାପୁର, ହଂକଂ, କୋରିଆ, ଥାଇଲାଣ୍ଡ ଓ ଜାପନରୁ ଆସୁଥିବା ନାଗରିକଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ଖାଲି ସେତିକି ନୁହେଁ ଭାରତ ଆସିବାର ୭୨ ଘଣ୍ଟା ପୂର୍ବରୁ ଟେଷ୍ଟ କରାଇବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଭାରତର ଯେକୌଣସି ଏୟାରପୋର୍ଟରେ ପହଞ୍ଚିଲେ ରିପୋର୍ଟ ଜରୁରୀ ବୋଲି କୁହାଯାଇଛି ।