BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୂଆ ଭାରିଆଣ୍ଟ ପାଇଁ ବୁଷ୍ଟର ଡୋଜ ଜରୁରୀ

ନୂଆଦିଲ୍ଲୀ,୨।୪: କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ ମାମଲାରେ କୋଭିଶିଲ୍ଡ, କୋଭାକ୍ସିନ ଏବଂ ଉଭୟର ମିଶ୍ରଣର ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆଣ୍ଟିବଡି ସ୍ତର ୬ ମାସ ପରେ ହ୍ରାସ ହେବାକୁ ଲାଗୁଛି। ଏନେଇ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି(ଏନ୍‌ଆଇଭି) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ସୂଚନା ମିଳିଛି। ତେବେ କରୋନାର ଡେଲଟା ଏବଂ ଅନ୍ୟାନ୍ୟ ଚିନ୍ତାଜନକ ଭାରିଆଣ୍ଟ ମାମଲାରେ ପ୍ରଥମ ଡୋଜରେ କୋଭିଶିଲ୍ଡ ଏବଂ ଦ୍ୱିତୀୟ ଡୋଜରେ କୋଭାକ୍ସିନ ଟିକା ବେଶ୍‌ ପ୍ରଳପ୍ରଦ ବୋଲି ଏନ୍‌ଆଇଭିର ବୈଜ୍ଞାନିକ ଡକ୍ଟର ପ୍ରଜ୍ଞା ଯାଦବ କହିଛନ୍ତି। କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିକାକରଣର ପ୍ରଭାବକୁ ତିନୋଟି ଶ୍ରେଣୀରେ ମୂଲ୍ୟାଙ୍କନ କରାଯାଇଥିଲା ଏବଂ ପରୀକ୍ଷା ଅଧୀନରେ ଥିବା ସମସ୍ତ ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଓମିକ୍ରନ ମାମଲାରେ ଟିକାକରଣ ପରେ ରୋଗ ପ୍ରତିରୋଧକ ଶକ୍ତି ୬ମାସ ପରେ ଦୁର୍ବଳ ହେବାକୁ ଲାଗୁଛି। ଏହାଦ୍ୱାରା ଟିକାକରଣ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ବୋଲି କୁହାଯାଇଥିଲା। ତେଣୁ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସହ ଲଢ଼େଇରେ ବୁଷ୍ଟର ଡୋଜ୍‌ ନିହାତି ଜରୁରୀ ବୋଲି ଏନ୍‌ଆଇଭିର ବୈଜ୍ଞାନିକ କହିଛନ୍ତି। ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ଦେଶରେ ୧୨୬୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଅପେକ୍ଷା ଶନିବାର କରୋନାଜନିତ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।