BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହେବାପରେ ବଢୁଛି ଇମ୍ୟୁନିଟି

ନୂଆଦିଲ୍ଲୀ,୧ ।୨: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକେ ସୁସ୍ଥ ହେବା ପରେ ସେମାନଙ୍କ ନିକଟରେ ଭରପୁର ରୋଗ ପ୍ରତିରୋଧକ କ୍ଷମତା(ଇମ୍ୟୁନିଟି) ବିକଶିତ ହେଉଛି । ଜିନୋମ ସିକ୍ୟୁନସିଂର ଅଧ୍ୟୟନରୁ ଏହା ଜଣାପଡିଛି । ଏହି ଇମ୍ୟୁନିଟି ଡେଲ୍ଟା ଭଳି ଅନ୍ୟ ଭାରିଏଣ୍ଟକୁ ନିଷ୍କ୍ରିୟ କରୁଛି । କରୋନା ଲଢେଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା । କାରଣ ଏହା ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ଆଣ୍ଟିବଡି ବହୁ ସମୟ ପର୍ଯ୍ୟନ୍ତ ରହୁ ନ ଥିଲା ।
ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଏନ୍‌ଆଇବି) ଓ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌)ର ଅଧ୍ୟୟନରୁ ଏହା ବି ଜଣାପଡିଛି କି ଓମିକ୍ରନ୍ ଉପରେ କୋଭିସିଲ୍ଡ ତୁଳନାରେ ଏମଆରଏନଏ ଟିକାର ପ୍ରଭାବ ୩ ଗୁଣା କମି ଯାଉଛି ।