BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାରତରେ ଚିହ୍ନଟ ହେଲେ ନୂଆ ଭାରିଆଣ୍ଟ ଆକ୍ରାନ୍ତ, ବଢିଲା ଚିନ୍ତା

ଇନ୍ଦୋର,୨୫/୧(ବ୍ୟୁରୋ): ମଧ୍ୟପ୍ରଦେଶର ଇନ୍ଦୋରରେ ଡରାଇଲାଣି ଓମିକ୍ରନର ନୂଆ ଭାରିଆଣ୍ଟ । ୬ ଶିଶୁଙ୍କ ସହ ୧୨ଜଣଙ୍କ ଠାରେ ଚିହ୍ନଟ ହୋଇଛି ନୂଆ ଭୂତାଣୁ । ଓମିକ୍ରନ୍ ସହିତ ଏହାର ସବ୍ ଭାରିଆଣ୍ଟ BA.1  ଏବଂ BA.2  ମାମଲା ସାମ୍ନାକୁ ଆସିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଭୂତାଣୁ ପିଲାଙ୍କୁ ବି ସଂକ୍ରମିତ କରୁଛି । ଆଉ ଏହା ମାରାତ୍ମକ ମଧ୍ୟ । କାରଣ ଏହା ଫୁସଫୁସକୁ ଅଧିକ ସଂକ୍ରମିତ କରୁଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୬ଜଣ ଶିଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ରିପୋର୍ଟର ତଥ୍ୟ ଅନୁସାରେ BA.2  ଷ୍ଟ୍ରେନ୍‍ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଯାହା ଫୁସଫୁସକୁ ଅଧିକ ପ୍ରଭାବିତ କରିଥାଏ । ଚିହ୍ନଟ ହୋଇଥିବା ୧୨ ଆକ୍ରାନ୍ତଙ୍କ ଫୁସଫୁସ ୫ରୁ ୪୦℅ ସଂକ୍ରମିତ ହୋଇଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଲାଣି । ଆପଣଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭାରିଆଣ୍ଟ କରୋନା ଓ ଓମିକ୍ରନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହା ଫୁସଫୁସକୁ ଅଧିକ ପ୍ରଭାବିତ କରିବା ସହ ଶିଶୁଙ୍କୁ ବି ସଂକ୍ରମିତ କରୁଛି । ଏହି ନୂତନ ଭାରିଆଣ୍ଟ ୪୦ଟି ଦେଶରେ ମଧ୍ୟ ଚିହ୍ନଟ ହେଲାଣି । ଫଳରେ ପୁଣି ଆଉ ଏକ ବଡ଼ ମୁକାବିଲା ଆଡକୁ ବିଶ୍ୱ ମୁହାଁଇଲାଣି । ଆଉ ସରାକର ଓ ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢ଼ିଲାଣି ।