BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କମିବ ହୋମ ଆଇସୋଲେଶନ ଅବଧି

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ୭ ଦିନ ବଦଳରେ ହୋମ ଆଇସୋଲେଶନ ଅବଧି ୫ ଦିନ କରାଯିବା। ପୂର୍ବରୁ ହୋମ ଆଇସୋଲେଶନ ଅବଧି ୧୦ ଦିନ ରହିଥିଲା, ପରେ ଏହାକୁ କମାଇ ୭ ଦିନ କରାଯାଇଥିଲା । ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ୨ ଦିନ କମାଇବାକୁ ଆଲୋଚନା ଚାଲିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ୧୫ ଦିନ ପୂର୍ବରୁ ହୋମ ଆଇସୋଲେଶନ ସମୟ ୫ ଦିନ କଲେ ଅସୁବିଧା ହେବ ନାହିଁ ବୋଲି ସେଣ୍ଟର୍ସ ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ ବା ସିଡିସି କହିଥିଲେ ।
ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି । ସେପଟେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି। ଜେନେରାଲ ବେଡ ୯ ପ୍ରତିଶତ, ଆଇସିୟୁ ବେଡ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡିଆଟ୍ରିକ ଆଡମଶନ ବହୁତ କମ ରହିଛି । ଏହି ଲହରରେ ହସ୍ପିଟାଲ ଆଡମିଶନ ଓ ଅକ୍ସିଜେନ ଆବଶ୍ୟକତା କମ ରହିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।