BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୩୦ ଦିନ ମଧ୍ୟରେ କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା।

ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିଜନଙ୍କୁ ୫୦ ହଜାର ଟଙ୍କାର କ୍ଷତି ପୂରଣ ରାଶି ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ୟ ଅନୁକମ୍ପା ରାଶିଠାରୁ ଏହା ଭିନ୍ନ ହେବ ବୋଲି କୋର୍ଟ କହିଛନ୍ତି । ମୃତକଙ୍କ ପରିବାର ଦାବି କରିବାର ୩୦ ଦିନ ମଧ୍ୟରେ ଏହି ରାଶି ଯୋଗାଇ ଦିଆଯିବ । ଉକ୍ତ ଅର୍ଥ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଆସିବ । ସୁପ୍ରିମକୋର୍ଟ ୨୩ ସେପ୍ଟେମ୍ବରରେ ଜଷ୍ଟିଶ ଏମ୍ ଆର୍ ଶାହ ଓ ଏ ଏସ୍ ବୋପନ୍ନାଙ୍କ ଖଣ୍ଡପିଠ ଏହି ଶୁଣାଣିକୁ ସ୍ଥଗିତ ରଖିଥିଲେ । କେନ୍ଦ୍ର କରୋନା ମହାମାରୀରେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସ୍ଥିର କରି ଏ କଥା କୋର୍ଟଙ୍କୁ ଜଣାଇଥିଲେ । କୋର୍ଟ ଏହା ଉପରେ ଖୁସି ବ୍ୟକ୍ତ କରି କହିଥିଲେ, ବିପରିତ ପରିସ୍ଥିତିରେ ଭାରତ ଯାହା କରିବ ତାହା ଅନ୍ୟ ଦେଶ ହୁଏତ କରିପାରିବେ ନାହିଁ । ଏହା ଖୁସିର କଥା ଯେଉଁମାନଙ୍କୁ କରୋନା ଦୁଃଖ ଦେଇଛି ଏହା ସେମାନଙ୍କର ଲୁହ ପୋଛିବାରେ ସାମାନ୍ୟ ସହାୟକ ହେବ ।