BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାରତର କରୋନା ଲଢେ଼ଇ ୬ ରୁ ୧୮ ମାସ ହୋଇପାରେ।

ନୂଆଦିଲ୍ଲୀ,୧୭।୫: ଭାରତରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଯୋଜନାବଦ୍ଧ ଭାବେ ୬ରୁ ୧୮ ମାସର ଲଢ଼େଇ ଭାରତରେ ଆବଶ୍ୟକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ବାମୀନାଥନ୍‌ ଚେତାବନୀ ଦେଇଛନ୍ତି। ଏକ୍ଷେତ୍ରରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ୍‌ ବିରୋଧରେ ପ୍ରଭାବଶାଳୀ ଟିକା ପ୍ରସ୍ତୁତି କାର୍ଯ୍ୟ ଜାରି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏକ ସାକ୍ଷତ୍‌କାରରେ ସୌମ୍ୟା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତରେ ଦିଆଯାଉଥିବା କରୋନା ପ୍ରତିଷେଧକ ଟିକା ନୂଆ ଭାରିଆଣ୍ଟ୍‌ ଉପରେ ପ୍ରଭାବଶାଳୀ ରହିଛି। ଭାରତରେ କରୋନା ମହାମାରୀର ତୃତୀୟ ଲହର ଆସିବାର ଆଶଙ୍କା ନେଇ ସୌମ୍ୟା ଚିନ୍ତାବ୍ୟକ୍ତ କରିଛନ୍ତି। ଲୋକଙ୍କୁ ଦିଆ ଯାଉଥିବା ଟିକା କେତେଦିନ ପର୍ଯ୍ୟନ୍ତ ସୁରକ୍ଷା ଦେଉପାରୁଛି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ୨୦୨୧ ଶେଷ ସୁଦ୍ଧା କରୋନା ଥମିବାର ସମ୍ଭାବନା ରହିଛି। ପୃଥିବୀର ୩୦ ପ୍ରତିଶତ ଲୋକଙ୍କୁ ସେତେବେଳେ ଟିକାଦାନ କରାଯାଇ ସାରିଥିବ। ଫଳରେ କରୋନା ଲଢ଼େଇ ଅଧିକ ସହଜ ହୋଇପାରିବ। ମୃତକଙ୍କ ସଂଖ୍ୟା ମଧ୍ୟ କମିବାର ଆଶା ରହିଥିବା ସେ କହିଛନ୍ତି।