BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଶରୀରରେ କରୋନା ଭୂତାଣୁକୁ ପ୍ରତିରୋଧ କରୁଛି ରହିନୋ ଭାଇରସ୍।

ଗ୍ଲାସଗୋ : ବିଶ୍ୱବ୍ୟାପୀ କରୋନା ମହାମାରୀ ବିପର୍ଯ୍ୟୟର କାରଣ ହୋଇଛି। ଭାରତରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୩ ଲକ୍ଷ ୫୩ ହଜାର ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୮୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସାଧାରଣତଃ ଥଣ୍ଡା-ଜ୍ୱର ମଧ୍ୟ ଭାଇରସ୍‌ ଯୋଗୁ ହୋଇଥାଏ। କୋଭିଡ ପାଇଁ ଦାୟୀ ଭାଇରସକୁ ସାର୍ସ କୋଭ-୨(SARS-Cove-2) କୁହାଯାଏ। ଏବେ କେତେକ ବୈଜ୍ଞାନିକ ଦାବି କରିଛନ୍ତି ଯେ ସାଧାରଣ ଥଣ୍ଡା-କାଶ ଭାଇରସ୍‌ କରୋନା ଭାଇରସ୍‌କୁ ମାନବ ଶରୀରରୁ ଧ୍ୱସଂ କରିପାରେ।
ଗ୍ଲାସଗୋ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଥଣ୍ଡା ପାଇଁ ଦାୟୀ ଥିବା ରହିନୋ ଭାଇରସ୍‌ କରୋନାକୁ ହରାଇବାରେ ସକ୍ଷମ। ବୈଜ୍ଞାନିକମାନେ କହିଛନ୍ତି ଯେ ଏପରି କିଛି ଭାଇରସ୍‌ ଅଛନ୍ତି ଯାହା ମାନବ ଶରୀରକୁ ସଂକ୍ରମିତ କରିବା ପାଇଁ ଅନ୍ୟ ଜୀବାଣୁ ସହିତ ଲଢେଇ କରନ୍ତି ଏବଂ ଏଥିରେ ସାଧାରଣ ଥଣ୍ଡା-କାଶ ଭାଇରସ୍‌ ମଧ୍ୟ ଅନ୍ତର୍ଭୁକ୍ତ। ତେଣୁ ବୈଜ୍ଞାନିକଙ୍କ ମତ ଅନୁସାରେ ରହିନୋ ଭାଇରସ୍‌ ମଣିଷ ଶରୀରରେ ଅଳ୍ପ ସମୟ ରହିଲେ ମଧ୍ୟ ଫାଇଦା ହୋଇଥାଏ। କିନ୍ତୁ ଏହା ଶରୀରରେ ଏମିତି ଭାବେ ବ୍ୟାପିଯାଏ ଯେ, ଏହାଦ୍ୱାରା କରୋନା ଭାଇରସ୍‌ ପ୍ରଭାବ କମ୍‌ କରିବାରେ ସହାୟକ ହୋଇଥାଏ। ଏହି ଅନୁସନ୍ଧାନରୁ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ, ଯଦି କରୋନା ସଂକ୍ରମଣର ପ୍ରଥମ ୨୪ ଘଣ୍ଟାରେ, ରହିନୋ ଭାଇରସ୍‌ ମଣିଷ ଶରୀରରେ ଭଲ ଭାବରେ ପ୍ରବେଶ କରିବାରେ ସକ୍ଷମ ହୁଏ, ତେବେ କରୋନା ଭାଇରସ୍‌ ଏହାର ପ୍ରଭାବ ଦେଖାଇବା ଅତ୍ୟନ୍ତ କଷ୍ଟକର ହେବ।