BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜ୍ୟରେ ଆଜି ପୁଣି ୩୧୪୪ ପଜିଟିଭ ଚିହ୍ନଟ ଓ ୪ ମୃତ।

ଭୁବନେଶ୍ୱର,୧୭/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୧୪୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୨୩ ଓ ସ୍ଥାନୀୟ ସଂକ୍ରମିତ ୧୩୨୧ ଜଣ ଚିହ୍ନଟ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୫୨୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯୭ ଜଣ, ନୂଆପଡା ୩୯୫, ବରଗଡରୁ ୧୫୬ ଜଣ, ସମ୍ବଲପୁରରୁ ୧୪୯, କଟକ ୧୪୦, ପୁରୀ ୧୨୯, କେନ୍ଦୁଝର ୧୨୮, ଝାରସୁଗୁଡାରୁ ୧୧୯ ଜଣ, ଷ୍ଟେଟପୁଲରୁ ୧୧୦ ଜଣ, ନରବଙ୍ଗପୁର ୯୬, ବଲାଙ୍ଗିରୁ ୯୨, ଯାଜପୁର ୭୬, ମୟୁରଭଞ୍ଜ ୬୮, ଗଜପତି ୬୭, କଳାହାଣ୍ଡି ୫୩, ଭଦ୍ରକ ୫୧, ଅନୁଗୁଳ ୪୯, ରାୟଗଡା ୪୪, ଗଞ୍ଜାମରେ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୟାଗଡ ଜିଲାରେ ୨୯, ବାଲେଶ୍ୱର ୨୮, ଦେବଗଡ ୨୧, ଜଗତସିଂହପୁର ୧୮, କୋରାପୁଟ ୧୮ ଏବଂ କନ୍ଧମାଳ ୧୩, ବଉଦ ୭, ମାଲକାନଗିରି ୪, ସୁବର୍ଣ୍ଣପୁର ୪, ଢେଙ୍କାନାଳରୁ ଜଣେ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୪ ହଜାର ୫୯୪କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୩ ହଜାର ୫୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୦୭୭ ରହିଛି।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ୪ ଜଣଙ୍କର ମୃତ୍ୟୁ ଘଟିଛି।