BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୁପ୍ରିମକୋର୍ଟର ଆଧା କର୍ମଚାରୀ କରୋନା ଆକ୍ରାନ୍ତ।

ନୂଆଦିଲ୍ଲୀ,୧୨।୪: ସୁପ୍ରିମ୍‌କୋର୍ଟର ଅଧାରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। କୋର୍ଟର ଅଧିକାଂଶ କ୍ଲର୍କ ଏବଂ ତଳିଆ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଦ୍ୱାରା କୋର୍ଟର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ବିଚାରଧୀନ ମାମଲା ସହିତ ଅନ୍ୟାନ୍ୟ କାର୍ଯ୍ୟ ଭିଡ଼ିଓ କନଫରେନ୍ସିଂରେ କରାଯିବା ନେଇ କୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୋମବାରଠାରୁ ସମସ୍ତ ବିଚାରପତି ଘରେ ରହି ବିଭିନ୍ନ ଖଣ୍ଡପୀଠରେ ରହିଥିବା ମାମଲାର ବିଚାର କରିବେ। କୋର୍ଟ ପରିସର ସମେତ କୋର୍ଟରୁମ୍‌ ସାନିଟାଇଜ୍‌ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେଣୁ ଆଜି ସାନିଟାଇଜ୍‌ କାର୍ଯ୍ୟ ଶେଷହେବା ପରେ ବିଭିନ୍ନ ଖଣ୍ଡପୀଠର କାର୍ଯ୍ୟ ସାଢ଼େ ୧୦ଟା ପରିବର୍ତ୍ତେ ଏକ ଘଣ୍ଟା ବିଳମ୍ବରେ ସାଢ଼େ ୧୧ରେ ଆରମ୍ଭ ହେବ। ସେହିପରି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବାକୁ ଥିବା ଖଣ୍ଡପୀଠଗୁଡ଼ିକର କାର୍ଯ୍ୟ ୧୨ଟାରେ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।