BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ରାଜ୍ୟରେ ଆଜି ପୁଣି ୮୭୯ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୮।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୮୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୧୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିଲା ବେଳେ ୩୬୧ ଲୋକାଲ କେସ୍‌ ରହିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୯ଟି ରାଜ୍ୟରୁ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧାରୁ ୧୪୪ ଓ ସୁନ୍ଦରଗଡ଼ରୁ ୧୩୧ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୨୦, ବାଲେଶ୍ୱର ୨୨, ବରଗଡ଼ ୫୩, ଭଦ୍ରକ ୧୭, ବଲାଙ୍ଗୀର ୨୬, ବୌଦ୍ଧ ୧, କଟକ ୫୦, ଦେବଗଡ଼୧, ଗଜପତି ୧, ଗଞ୍ଜାମ ୩୧, ଗଜତସିଂହପୁର୨, ଯାଜପୁର ୧୫, ଝାରସୁଗୁଡ଼ା ୨୩, କଳାହାଣ୍ଡି ୪୩, କନ୍ଧମାଳ ୫, କେନ୍ଦ୍ରପଡ଼ା ୯, କେନ୍ଦୁଝର ୨୫, କୋରାପୁଟ ୫, ମୟୁରଭଞ୍ଜ ୨୯, ନବରଙ୍ଗପୁର ୧୯, ନୟାଗଡ଼ ୬, ନୂଆପଡ଼ା ୬୧, ପୁରୀ ୪୫, ରାୟଗଡ଼ା ୧୩, ସମ୍ବଲପୁର ୪୮, ସୋନପୁର ୨ ଓ ଷ୍ଟେଟ ପୁଲରୁ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୪୫,୫୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪,୮୮୮ ଆକ୍ଟିଭ୍‌ କେସ୍‌ ଥିବା ବେଳେ ୩,୩୮,୬୬୨ଜଣ ସୁସ୍ଥ ହୋଇଛନ୍ତି।