BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଫେବୃଆରୀ ମାସ ପାଇଁ ଜାରିହେଲା ନିର୍ଦ୍ଦେଶାବଳୀ।

ଭୁବନେଶ୍ୱର,୩୦।୧(ଓଡ଼ିଆ ନ୍ୟୁଜ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟ ସରକାର ଫେବୃଆରୀ ମାସ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନୂଆ ନିର୍ଦ୍ଦେଶାବଳୀ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ । ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ହାତ ଧୁଆ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଥିବା ବେଳେ ସଭାସମିତି ଏବଂ ଉତ୍ସବ ପାଇଁ ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନରଙ୍କ ଠାରୁ ଆଗୁଆ ଅନୁମତି ନେବାକୁ କୁହାଯାଇଛି। ମେଡିକାଲ କଲେଜଗୁଡିକ ପାଇଁ ସାମାଜିକ ଦୂରତା ପାଳନ ପୂର୍ବଭଳି ଅପରିବର୍ତ୍ତିତ ରହିଛି। ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମହାବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପାଇଁ କୁହାଯାଇଛି। ଆସନ୍ତା ୧ ତାରିଖରୁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଆଜି ଜାରି କରାଯାଇଥିବା ଗାଇଡ୍‌ଲାଇନରେ ବିଭିନ୍ନ କ୍ଷେତ୍ରକୁ ଅନୁମତି ପ୍ରଦାନ କରାଯାଇଛି । ସେଗୁଡ଼ିକ ହେଲା:
୧- କେନ୍ଦ୍ର ଗାଇଡ୍‌ଲାଇନ ମାନି ସତର୍କତାର ସହ କଣ୍ଟେନମେଣ୍ଟ ହୋଇପାରିବ
୨- ଜିଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ
୩- ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି
୪- ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍‌ ପାଇଁ ମିଳିବ ଅନୁମତି
୫- ଖୋଲା ଜାଗାରେ ପଡ଼ିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
୬- ବିବାହ ଓ ଶେଷକୃତ୍ୟ କାର୍ଯ୍ୟରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି
୭- ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ ଓ ଥର୍ମାଲ ସ୍କାନିଂ ଜରୁରୀ
୮- ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍‌ଓପି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି
୯-ଇଞ୍ଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବେ ବୈଷୟିକ ଶିକ୍ଷା ବିଭାଗ
୧୦- ଏସ୍‌ଓପି ମାନି ଖୋଲିପାରିବ ସିନେମା ହଲ ଓ ଥିଏଟର
୧୧- ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା ଓ ଖୋଲାମଞ୍ଚ