BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର : ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ । ବମିଖାଲ ଜୟଦୁର୍ଗା ଅଞ୍ଚଳର ଦୁଇ ଜଣ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିକଟରେ କୋଭିଡ୍‌ ଚିହ୍ନଟ ହେବାପରେ (ପ୍ଲଟ   ସଂଖ୍ୟା ୧୩୦୩/୧୩୦୪)   ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମହାମାରୀ ଆଇନ ୧୮୯୭ର ଆଧାରରେ କୋଭିଡ୍‌ ୧୯ ନିୟନ୍ତ୍ରଣ ପାଇଁ ଜାରି ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସିର ଆଞ୍ଚଳିକ ଡେପୁଟି ନିର୍ଦେଶକ (ଦକ୍ଷିଣ- ପୂର୍ବ) ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।

ବମିଖାଲ ଜୟଦୂର୍ଗା ନଗରର (ପ୍ଲଟ   ସଂଖ୍ୟା ୧୩୦୩/୧୩୦୪)ରେ    ଏହି ଦୁଇ ବିଦେଶ ଫେରନ୍ତା ବ୍ୟକ୍ତି କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରୁ କେହି ବାହରକୁ ବାହାରିବା ଏବଂ ସେଠାରେ ଅନ୍ୟ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।
କଣ୍ଟେନମେଣ୍ଟ ଅଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କୁ କଡାକଡି ଭାବେ ଘରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ବିଏମ୍‌ସି ପକ୍ଷରୁ ସେଠାରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।