BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମେସିନରୁ ବାହାରିବ କଏନ

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ମୋବାଇଲ୍‌ ଫୋନ୍‌ ଜରିଆରେ କଏନ ବାହାର କରିହେବ। ଆର୍‌ବିଆଇ ଏଥିପାଇଁ ସାରା ଦେଶରେ କଏନ୍‌ ଭେଣ୍ଡିଂ ମେଶିନ ସ୍ଥାପନ କରିବାକୁ ଯାଉଛି। କ୍ୟୁଆର୍‌ କୋଡ୍‌ ଦ୍ୱାରା ଏହାକୁ ସ୍କାନ କରାଯାଇପାରିବ। ପରେ ମେଶିନରୁ ମୁଦ୍ରା ବାହାର କରିହେବ। ତେବେ ଆର୍‌ବିଆଇ ଆଗାମୀ ଦିନରେ ୧୨ ସହରରେ ଏହି ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରିବା ନେଇ ବୁଧବାର ଆର୍‌ବିଆଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ୧୨ ସହରରେ କଏନ୍‌ ଭେଣ୍ଡିଂ ମେଶିନ ବ୍ୟବହାର କରାଯିବ। ଏହା ଅଧୀନରେ କ୍ୟୁଆର୍‌ କୋଡ ମାଧ୍ୟମରେ ୟୁପିଆଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ କରାଯାଇପାରିବ। ଏହି ମେଶିନରେ କଏନ୍‌ ବାହାର କରିବା ଲାଗି ବ୍ୟାଙ୍କ ନୋଟ୍‌ ଆବଶ୍ୟକ ହେବ ନାହିଁ। କେବଳ କ୍ୟୁଆର୍‌ କୋଡରୁ ମୁଦ୍ରା ବାହାର କରିହେବ। ତେବେ ପାଇଲଟ ପ୍ରୋଜେକ୍ଟ ଅଧୀନରେ ମିଳିବା ଅଭିଜ୍ଞତା ପରେ ଏହାକୁ ବ୍ୟାଙ୍କଗୁଡ଼ିକ ପାଇଁ ସାରା ଦେଶରେ ବ୍ୟବହାର କରିବା ଲାଗି ବିସ୍ତୃତ ଗାଇଡଲାଇନ୍‌ ଜାରି କରାଯିବ।