ପରୀକ୍ଷାର ଫଳାଫଳରେ ଜୀବନର ସଫଳତା ନଥାଏ, ଜ୍ଞାନ ଆହରଣ କରିବାର ମାର୍ଗ ହିଁ ସଠିକ୍ ମାର୍ଗ-ମୁଖ୍ୟମନ୍ତ୍ରୀ
-
ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ
-
ପ୍ରେସର ନୁହେଁ, ପେସେନ୍ସ ରଖି ପାଠପଢନ୍ତୁ
-
ପାଠ ପଢିବା ପାଇଁ ଆରାମ ଦାୟକ ପରିବେଶ ନୁହେଁ, ବରଂ ସବୁ ପରିବେଶକୁ ଆରାମଦାୟକ ବନେଇ ପାଠ ପଢନ୍ତୁ
ଆଜି ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରିୟ ଛାତ୍ରଛାତ୍ରୀଙ୍କ ଗହଣରେ ରହି ଆଭାସୀ ମାଧ୍ୟମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ@narendramodi ଜୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ନବମ ସଂସ୍କରଣରେ ସାମିଲ ହେଲି। ପିଲାମାନଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରି ସେମାନଙ୍କ ଉତ୍ସାହ ଓ ଆତ୍ମବିଶ୍ୱାସ ଦେଖି ବହୁତ ଖୁସି… pic.twitter.com/PTP0E5zbMK
— Mohan Charan Majhi (@MohanMOdisha) February 6, 2026
ପରୀକ୍ଷା ସମୟରେ ପିଲାମାନେ ଚାପ (Pressure) ବଦଳରେ ଧୈର୍ଯ୍ୟ (Patience) ରଖି ପ୍ରସ୍ତୁତି କଲେ ନିଶ୍ଚିତ ଭାବେ ସଫଳତା ପାଇପାରିବେ, ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହେବ। ଅଭିଭାବକମାନେ ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ କ୍ଷମତା, ଯୋଗ୍ୟତା ଓ ରୁଚିକୁ ବୁଝି ସେହି ଅନୁସାରେ ପ୍ରେରଣା ଦେବା ଆବଶ୍ୟକ। ଏକ ସକାରାତ୍ମକ ପରିବେଶ… pic.twitter.com/DnhdeEU0lw
— Mohan Charan Majhi (@MohanMOdisha) February 6, 2026
‘ପ୍ରେସର’ (Pressure) ରେ ନୁହେଁ ବରଂ ‘ପେସେନ୍ସ’ (Patience) ବା ଧୈର୍ଯ୍ୟ ରଖି ପାଠ ପଢିଲେ ହିଁ ପ୍ରସ୍ତୁତି ଉଚ୍ଚକୋଟୀର ହେବ। ପରୀକ୍ଷାକୁ ଏକ ଚାପ ନୁହେଁ ବରଂ ଏକ ଉତ୍ସବ ଭାବେ ଗ୍ରହଣ କରିବାକୁ ମୁଁ ପିଲାମାନଙ୍କୁ ପରାମର୍ଶ ଦେଇଛି। ମୋବାଇଲ୍ ଗେମ୍ ଭଳି ବିଭ୍ରାନ୍ତିରୁ ନିଜକୁ ଦୂରେଇ ରଖିବା ପାଇଁ ପିଲାମାନଙ୍କୁ ସତର୍କ କରାଇବା ସହ… pic.twitter.com/AmPFT9DXFF
— Mohan Charan Majhi (@MohanMOdisha) February 6, 2026
ଆତ୍ମବିଶ୍ୱାସ ହିଁ ସଫଳତାର ଶ୍ରେଷ୍ଠ ଚାବିକାଠି। ଛାତ୍ରଛାତ୍ରୀମାନେ ବିଚଳିତ ନହୋଇ, ହସ ହସ ମୁହଁରେ ପରୀକ୍ଷାର ସାମ୍ନା କରନ୍ତୁ। ମନେରଖନ୍ତୁ, ପାଠ ପଢ଼ିବା ପାଇଁ ଅନୁକୂଳ ପରିବେଶକୁ ଅପେକ୍ଷା ନକରି, ସ୍ୱାଧ୍ୟାୟ ବଳରେ ସବୁ ପରିବେଶକୁ ପଢ଼ାପଢ଼ି ପାଇଁ ଅନୁକୂଳ କରିବା ହିଁ ପ୍ରକୃତ ସଫଳତା।#ParikshaPeCharcha26 pic.twitter.com/djDBh3cb9C
— Mohan Charan Majhi (@MohanMOdisha) February 6, 2026
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodiଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ସହିତ କାର୍ଯ୍ୟକ୍ରମ ଦେଖିଛନ୍ତି।
ନିଜର ଆତ୍ମ ବିଶ୍ବାସ ହିଁ ସଫଳତାର ପ୍ରମୁଖ ଚାବିକାଠି। ପ୍ରେସରରେ ନୁହେଁ, ପେସେନ୍ସ ରଖି ପାଠ… pic.twitter.com/VtvajfGP1w— CMO Odisha (@CMO_Odisha) February 6, 2026
ପରୀକ୍ଷା ପେ ଚର୍ଚ୍ଚା’ର ନବମ ସଂସ୍କରଣ ୨୦୨୬ ଶିକ୍ଷା ବର୍ଷର ପରୀକ୍ଷାର୍ଥୀମାନଙ୍କ ସହ ଭୁବନେଶ୍ବର ୟୁନିଟ୍ ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଉପଦେଶରେ କହିଛନ୍ତି… pic.twitter.com/JXz1U5w9bi
— CMO Odisha (@CMO_Odisha) February 6, 2026
“ପ୍ରେସରରେ ନୁହେଁ, ପେସେନ୍ସ ରଖି ପାଠ ପଢ଼ିଲେ ପରୀକ୍ଷାର ପ୍ରସ୍ତୁତି ଉଚ୍ଚକୋଟୀର ହେବ । ପରୀକ୍ଷା ସମୟରେ ଏହି ଦୁଇଟି ଜିନିଷ ପ୍ରତ୍ୟେକ ପିଲାଙ୍କ ପାଇଁ ଲାଭଦାୟକ ହେବ । ନିଜର ଆତ୍ମବିଶ୍ବାସ ହିଁ ସଫଳତାର ପ୍ରମୁଖ ଚାବିକାଠି।” :- ମାନ୍ୟବର ମୁଖ୍ୟମନ୍ତ୍ରୀ #ParikshaPeCharcha2026 pic.twitter.com/MBhIotpRox
— CMO Odisha (@CMO_Odisha) February 6, 2026
ଏଥିସହ ପିଲାମାନଙ୍କୁ କ୍ଷମତା, ଯୋଗ୍ୟତା ଓ ରୁଚି ଅନୁଯାୟୀ ପ୍ରେରଣା ଦେବାକୁ ମୁଖ୍ୟମନ୍ତ୍ରୀ ଅଭିଭାବକମାନଙ୍କୁ ଉପଦେଶ ଦେଇଛନ୍ତି। ପିଲାଙ୍କର ଚାରିତ୍ରିକ ବିକାଶ, ଶୃଙ୍ଖଳା ଜ୍ଞାନ ଏ ସବୁ ନିଜ ଘରେ, ନିଜ ପାରିବାରିକ ପରିବେଶରେ ହିଁ ବୃଦ୍ଧି ହୁଏ। ଏଣୁ, ପିଲାଦିନରୁ ହିଁ ସେମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରିବା ଦ୍ୱାରା ପ୍ରତ୍ୟେକ ଶିଶୁ… pic.twitter.com/7yyELvvKZS
— CMO Odisha (@CMO_Odisha) February 6, 2026
‘ବିକଶିତ ଭାରତ’ ଗଠନ ଏକ ବିରାଟ ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ପାଇଁ ସଂକଳ୍ପକୁ ମଜଭୁତ କରିବା ଦିଗରେ କାମ କରିବାକୁ ‘ପରୀକ୍ଷା ପେ ଚର୍ଚ୍ଚା’ର ନବମ ସଂସ୍କରଣ ୨୦୨୬ ଅବସରରେ ଭୁବନେଶ୍ବର ୟୁନିଟ୍ ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଆହ୍ବାନ କରିଛନ୍ତି ।… pic.twitter.com/b4dKPurq2t
— CMO Odisha (@CMO_Odisha) February 6, 2026
“ଆଜିର ଦିନରେ ମୋବାଇଲ ଏବଂ ସୋସିଆଲ ମିଡ଼ିଆ ଏକ ଆହ୍ବାନ । ଏସବୁର ଅଭ୍ୟାସ ଠାରୁ ଦୂରେଇ ରହି ଏହାର ସଠିକ ବ୍ୟବହାର ଜାଣିବା ଆବଶ୍ୟକ।” :- ମାନ୍ୟବର ମୁଖ୍ୟମନ୍ତ୍ରୀ #ParikshaPeCharcha2026 pic.twitter.com/8qolEKxKfe
— CMO Odisha (@CMO_Odisha) February 6, 2026
“ପିଲାମାନଙ୍କୁ ସେମାନଙ୍କ କ୍ଷମତା, ଯୋଗ୍ୟତା ଓ ରୁଚି ଅନୁଯାୟୀ ପଢ଼ିବାର ସୁଯୋଗ ଦିଆଯାଉ । ସମ୍ପୂର୍ଣ୍ଣ ଜୀବନକୁ ଶିକ୍ଷା, ସ୍ୱାସ୍ଥ୍ୟ, ତ୍ୟାଗ, ସମର୍ପଣ ଏବଂ ସେବା ମନୋଭାବ ସହ ସଠିକ ରୂପେ ପ୍ରେରିତ କରିବା ହିଁ ଜୀବନର ପ୍ରକୃତ ଲକ୍ଷ୍ୟ”- ମାନ୍ୟବର ମୁଖ୍ୟମନ୍ତ୍ରୀ #ParikshaPeCharcha2026 pic.twitter.com/Fndrx1xL0p
— CMO Odisha (@CMO_Odisha) February 6, 2026