BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦେଶର ସର୍ବକନିଷ୍ଠ ଆକ୍ରାନ୍ତଙ୍କୁ ଭଲକଲେ ଓଡିଶା ଡାକ୍ତର। ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ନିକଟରେ କରୋନାକୁ ହରାଇଥିବା ନବଜନ୍ମିତ ଶିଶୁ ଈଶାନୀ ଅଗ୍ରୱାଲ(ଗୁଡ଼ିଆ)ଙ୍କୁ ଚିକିତ୍ସା କରିଥିବା ଡା. ଅରିଜିତ ମହାପାତ୍ର ଓ ତାଙ୍କ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଗୁଡ଼ିଆ ଭେଣ୍ଟିଲେଟରରେ ରହି ଜୀବନ ସହ ସଂଗ୍ରାମ କରି କରୋନାକୁ ପରାସ୍ତ କରିପାରିଛି। କୋଭିଡ୍‌-୧୯ ଭଳି କଷ୍ଟ ସମୟରେ ଗୁଡ଼ିଆର ସଫଳ ଚିକିତ୍ସା ଏକ ବଡ଼ ଆଶାର କିରଣ ଦେଇଛି। ଟୁଇଟ୍‌ରେ ମୁଖ୍ୟମନ୍ତ୍ରୀ ଏକ ପ୍ରଶଂସା ପତ୍ର ମଧ୍ୟ ପୋଷ୍ଟ କରିଛନ୍ତି। ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗୁଡ଼ିଆ ଦେଶରେ ସବୁଠାରୁ କନିଷ୍ଠ ବୋଲି ମୁଖ୍ୟମନ୍ତ୍ରୀ ସେଥିରେ ଲେଖିଛନ୍ତି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ମଦନପୁର-ରାମପୁରର ଅଙ୍କିତ ଅଗ୍ରୱାଲଙ୍କ ସ୍ତ୍ରୀ ପ୍ରୀତି ଛତିଶଗଡ଼ ରାୟପୁରରେ ଈଶାନୀଙ୍କୁ ଜନ୍ମଦେଇଥିଲେ। ଘରକୁ ଫେରିବା ପରେ ପରିବାର ଲୋକ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ। ଏଥିରେ ଗୁଡ଼ିଆ ମଧ୍ୟ ସଂକ୍ରମିତ ହୋଇଥିଲା। ଗୁରୁତର ହେବାରୁ ତାକୁ ଭୁବନେଶ୍ୱରସ୍ଥିତ ଜଗନ୍ନାଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୦ଦିନ ଭେଣ୍ଟିଲେଟରରେ ରହିଥିଲେ। ଧୀରେ ଧୀରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ଗୁଡ଼ିଆକୁ କରୋନାମୁକ୍ତ କରିବା ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ତାଙ୍କୁ ଚିକିତ୍ସା କରିଥିବା ଡା. ମହାପାତ୍ର କହିଥିଲେ।