BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସ୍ବାସ୍ଥ୍ୟକର୍ମୀ ଓ ନର୍ସଙ୍କ ସେବାକାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,(ବ୍ୟୁରୋ): ସ୍ବାସ୍ଥ୍ୟକର୍ମୀ ଓ ନର୍ସମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ସେମାନଙ୍କ ଉତ୍ସର୍ଗିକୃତ ସେବା ଯୋଗୁ ଆଜି ଓଡ଼ିଶା ସାରା ଦେଶରେ କରୋନା ଟିକାକରଣରେ ପ୍ରଶଂସିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀ ଓ ନର୍ସମାନଙ୍କ ଦକ୍ଷତା ଓ ସମର୍ପିତ କାର୍ଯ୍ୟ ପାଇଁ ଓଡ଼ିଶା କୋଭିଡ୍‌ ଟିକାକରଣରେ ଜିରୋ େୱଷ୍ଟେଜ୍‌ ମାଇଲଖୁଣ୍ଟ ସ୍ଥାପନ କରିଛି। ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ କେନ୍ଦ୍ର ସରକାର ଦେଇଥିବା ଟିକାର ସଠିକ୍‌ ଉପଯୋଗ କରି ଅଧିକ ଲୋକଙ୍କୁ ଟିକାଦାନ କରାଯାଇଛି ବୋଲି ସେ ପ୍ରକାଶ କରିଛ। ମୁଖ୍ୟମନ୍ତ୍ରୀ ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ ଅବସରରେ କହିଛନ୍ତି ଯେ ଆମ ଅର୍ନ୍ତସଂଯୋଗୀ ବିଶ୍ୱର ଦୂତ ଭାବରେ ପ୍ରତିବର୍ଷ ଲକ୍ଷ ଲକ୍ଷ ପ୍ରବାସୀ ପକ୍ଷୀ ବଂଶବୃଦ୍ଧି ଏବଂ ଖାଦ୍ୟ ଅନ୍ବେଷଣରେ ଦୂର ଦେଶଗୁଡ଼ିକରୁ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପକ୍ଷୀମାନଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶାର ଅନନ୍ୟ ଉପକୂଳ ଆର୍ଦ୍ରଭୂମି ଏବଂ ଶୀତୋଷ୍ଣ ଅଞ୍ଚଳଗୁଡ଼ିକୁ ସୁରକ୍ଷିତ ରଖିବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିବା ସକାଶେ ଆହ୍ୱାନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ବିଶ୍ୱ ରେଡ୍‌କ୍ରସ ଦିବସ ଅବସରରେ କହିଛନ୍ତି ଯେ ଏପରି ଏକ କଠୋର ସମୟରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ସ୍ବେଚ୍ଛାସେବୀ ନିଃସ୍ୱାର୍ଥପର ଓ ତ୍ୟାଗପୂତ ଭାବରେ ଲୋକମାନଙ୍କ ସେବା କରୁଛନ୍ତି । ଲୋକମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣୁଥିବା ସେହି ଲୋକମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ସହିତ ମାନବ ଜାତିର ଦୁଃଖ ମୋଚନ ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ବିଶ୍ୱ ଥାଲାସେମିଆ ଦିବସ ଅବସରରେ କହିଛନ୍ତି ଯେ ସାରା ପୃଥିବୀରେ ରକ୍ତଭଣ୍ଡାରଗୁଡ଼ିକ କୋଭିଡ୍‌-୧୯ ଯୋଗୁଁ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଥାଲାସେମିଆ ପରି ବିଭିନ୍ନ ରକ୍ତ ବିଶୃଙ୍ଖଳାରେ ଆକ୍ରାନ୍ତ ରୋଗୀମାନଙ୍କୁ ଲକ୍‌ଡାଉନ୍‌ ନିୟମ ଓ ସାମାଜିକ ଦୂରତ୍ୱ ଅନୁପାଳନପୂର୍ବକ ରକ୍ତଦାନ କରିବା ପାଇଁ ସବୁ ସ୍ବେଚ୍ଛାସେବୀ ଓ ରକ୍ତଦାତାମାନଙ୍କୁ ନିବେଦନ ଜଣାଇଛନ୍ତି।