BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଅଦରକାରୀ ସରକାରୀ ଜମିକୁ କାମରେ ଲଗାଇବ ମିଶନଶକ୍ତି।

ଭୁବନେଶ୍ୱର,୮/୪: ରାଜ୍ୟର ବିଭିନ୍ନ ଜିଲା, ବ୍ଲକ ଏବଂ ପଞ୍ଚାୟତମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲାର ଜିଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘମାନଙ୍କୁ ୨ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆମର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ମାନଙ୍କରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା ସରକାରୀ କୋଠା ,ଦୋକାନ ଘର ଗଡ଼ିଆ ପୋଖରୀ ଇତ୍ୟାଦି। ଏଗୁଡିକୂ ସମ୍ପୃକ୍ତ ଜିଲା ବ୍ଳକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ରେ ଲଗାଇ ପାରିବେ। ସାଧାରଣ ଲୋକ ଉପକାର ପାଇବେ ।ମିଶନ ଶକ୍ତି ର ମା ମାନେ ତାକୁ ଆଥିର୍କ କାର୍ଯ୍ୟ ରେ ଲଗାଇ ପାରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହିଳାମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାରର ପ୍ରାଥମିକତା ରହିଆସିଛି ।ମିଶନ ଶକ୍ତି ଆଜି ପରିବର୍ତନର କର୍ଣଧାର ହୋଇଛି। ମା’ ମାନଙ୍କର ଏହି ନୀରବ ଆନ୍ଦୋଳନକୁ ଆହୁରି ମଜବୁତ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ ର ମାନ୍ୟତା ଦେଇଛନ୍ତି। ଆମର ୭୦ ଲଷ ମା’ମାନଙ୍କୁ ସଶକ୍ତ କରିବାରେ ଏହା ଆହୁରି ଦକ୍ଷତାର ସହ ସେବା ଯୋଗାଇବ ବୋଲି ଆଶା କରାଯାଏ।