BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

୩୦ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଜିଲାରେ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି। ଏହି ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି। ଅନେକ ବିଧାୟକଙ୍କୁ ବି ଦାୟିତ୍ୱ ମିଳିଛି। ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁରର ଦାୟିତ୍ୱ ଦିଆଯାଇଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଏବଂ ରାୟଗଡ଼ା ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର ଦାୟିତ୍ୱ ମିଳିଛି।

ସେହିପରି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼ାଇକୁ ସୁନ୍ଦରଗଡ଼, ପ୍ରଦୀପ ଅମାତଙ୍କୁ ଗଞ୍ଜାମ ଓ ଅଶୋକ ପଣ୍ଡାଙ୍କୁ ଯାଜପୁର ପାଇଁ ନିଯୁକ୍ତ କରାଯାଇଛି। ବଲାଙ୍ଗୀର ପାଇଁ ସୁଧୀର ସାମଲ, ଭଦ୍ରକ ପ୍ରତାପ ଜେନା, ଦେଓଗଡ଼ ଅମରେଶ ଜେନା , ଜଗତସିଂହପୁର ଅରୁଣ କୁମାର ସାହୁ, କନ୍ଧମାଳ ବିଦଜୟ ନାୟକ , ଖୋର୍ଦ୍ଧା ରବୀନ୍ଦ୍ର କୁମାର ଜେନା , କୋରାପୁଟ-ମାଲକାନାଗିରି ପାଇଁ ଦିବ୍ୟ ଶଙ୍କର ମିଶ୍ର, ନବରଙ୍ଗପୁର ପାଇଁ ଈଶ୍ୱର ପାଣିଗ୍ରାହୀ ଏବଂ ନୟାଗଡ଼ ଜିଲା ପାଇଁ ପଦ୍ମନାଭ ବେହେରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି।

କଳାହାଣ୍ଡି ପାଇଁ ପ୍ରଣବ ବଳବନ୍ତରାୟ, ନୂଆପଡ଼ା ସ୍ନେହାଙ୍ଗିନୀ ଛୁରିଆ, ଗଞ୍ଜାମ ପ୍ରଦୀପ୍ତ କୁମାର ଅମାତ, ବୌଦ୍ଧ ସୌଭାଗ୍ୟ ନାୟକ, ଝାରସୁଗୁଡ଼ା ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜ ପ୍ରଶାନ୍ତ ମୁଦୁଲି,ସୁବର୍ଣ୍ଣପୁର ପାଇଁ ଦେବେଶ ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି।