BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା କ୍ରୀଡା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା କାର୍ଯ୍ୟକଳାପର ଆଉ ଏକ ମାଇଲ ଖୁଣ୍ଟ ହାସଲ କରିବାକୁ ଯାଉଛି। ଓଡ଼ିଶା ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପର କେତୋଟି ମ୍ୟାଚ ଆୟୋଜନ କରିବାକୁ ଯାଉଛି। ଏହା ଚଳିତବର୍ଷ ଅକ୍ଟୋବର ୧୧, ୧୪ ଓ ୧୭ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଲୋକସେବା ଭବନ କନ୍‌ଫରେନ୍ସ ହଲ୍‌ରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ରୀଡ଼ା ଓ ଯୁବସେବା ସଚିବ ଆର. ଭିନିଲ କ୍ରିଷ୍ଣା ଭିତ୍ତିଭୂମି ବିକାଶ ଓ ମ୍ୟାଚ ଆୟୋଜନ ସଂକ୍ରାନ୍ତ ରୋଡ୍‌ମ୍ୟାପ ଉପସ୍ଥାପନ କରିଥିଲେ। ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିବାକୁ ଯାଇ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗଗୁଡ଼ିକୁ ସେପ୍ଟେମ୍ବର ଶେଷ ସୁଦ୍ଧା ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟ, ପରିମଳ, ସୁରକ୍ଷା ଓ ଅଗ୍ନିଶମ ସେବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଫିଫା ଅଫିସିଆଲ ରୋମା ଖାନ୍ନା ପ୍ରସ୍ତୁତି କାର୍ଯ୍ୟରୁ ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଓଡ଼ିଶା ହକିର ବାସସ୍ଥାନ ପାଲଟିଛି। ଆଗକୁ ରାଜ୍ୟ ଫୁଟ୍‌ବଲର ବାସସ୍ଥାନ ହେବାକୁ ଯାଉଛି। ଡେଭଲପମେଣ୍ଟ କମିଶନର ପ୍ରଦୀପ କୁମାର ଜେନା କଳିଙ୍ଗ ଷ୍ଟାଡିୟମରେ ଆଗୁଆ ଓଡ୍ରାଫ୍‌ ଓ ଫାୟାର ସର୍ଭିସ ଟିମ୍‌ ମୁତୟନ ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଇଭେଣ୍ଟକୁ ସୁଗମ, ନିରାପଦ ଓ ସ୍ମରଣୀୟ କରିବା ଲାଗି ସମ୍ପୃକ୍ତ ବିଭାଗଗୁଡ଼ିକଠାରୁ ସକ୍ରିୟ ସହଯୋଗ କାମନା କରାଯାଇଥିଲା। ମ୍ୟାଚ ଦେଖିବା ଲାଗି ଦର୍ଶକଙ୍କୁ ଅନୁମତି ଦେବା ଏବଂ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ବ୍ୟବସ୍ଥା କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। କଳିଙ୍ଗ ଷ୍ଟାଡିୟମରେ ଭାରତ ଏହାର ୩ଟି ମ୍ୟାଚ ଖେଳିବ। ଦଳ ଅକ୍ଟୋବର ୧୧ରେ ଯୁକ୍ତରାଷ୍ଟ୍ର ଆମେରିକା, ୧୪ରେ ମରକ୍କୋ ଏବଂ ୧୭ରେ ବ୍ରାଜିଲ ବିପକ୍ଷରେ ଖେଳିବ। ଶୁକ୍ରବାର ଅନୁଷ୍ଠିତ ବୈଠକରେ ଡେଭଲପମେଣ୍ଟ କମିଶନର ପ୍ରଦୀପ କୁମାର ଜେନା, ପୋଲିସ ଡିଜି ସୁନୀଲ କୁମାର ବଂଶଲ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂ, ହ୍ୟାଣ୍ଡିକ୍ରାଫ୍ଟ, ହ୍ୟାଣ୍ଡଲୁମ୍‌ ଓ ଟେକ୍ସଟାଇଲ, ଶୁଭା ଶର୍ମା, ଇଡ୍‌କୋ ସିଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ, ପୋଲିସ କମିଶନର ଏସ୍‌.କେ. ପ୍ରିୟଦର୍ଶୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଫିଫା ପ୍ରତିନିଧି ରୋମା ଖାନ୍ନା, ଫିଫା ସ୍ଥାନୀୟ ଆୟୋଜକ କମିଟି ନିର୍ଦ୍ଦେଶକ ନନ୍ଦିନୀ ଆରୋରାଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।