BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିରୋଧୀଙ୍କ ନିଦ ହଜେଇ ଦେଲେ ନବୀନ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବିରୋଧୀଙ୍କ ନିଦ ହଜେଇ ଦେଲେ ନବୀନ। ଗତ କିଛିଦିନ ଧରି ନବୀନ ପଟ୍ଟନାୟକଙ୍କ ଉପରେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଜୋର ଚର୍ଚ୍ଚା ହେଉଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧୀଦଳ ଏହାକୁ ମୁଦ୍ରା କରି ଲୋକଙ୍କୁ ଭୁଆଁ ବୁଲାଉ ଭୋଟ ହାତେଇବାକୁ ଚିନ୍ତା କରିଥିଲେ। ବିଭିନ୍ନ ଦଳର ନେତା ସଭା ସମିତିରେ ନବୀନଙ୍କ ଉପରେ କଟାକ୍ଷ କରୁଥିଲେ। ଯାହାକୁ ଆଜି ଭୁଲ ପ୍ରମାଣ କରି ଦେଖେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କ ମାଷ୍ଟର ଷ୍ଟ୍ରୋକରେ ବିରୋଧୀ ବାଉଣ୍ଡରୀ ପାର ହୋଇଯାଇଛନ୍ତି। ସେପଟେ ଦଳୀୟ କର୍ମୀଙ୍କୁ ଶତ ସି°ହର ବଳ ମିଳି ଯାଇଛି। ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଫିଟ ବୋଲି ଛାତିରେ ହାତ ବାଡେଇ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଚାଲି ସମସ୍ତଙ୍କୁ ଚକିତ କରିଦେଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ଉଦ୍ୟାନ ବୁଲି ଦେଖିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ଥରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ପରେ ଲୋକସେବା ଭବନକୁ ଯାଇଥିଲେ। ସେଠାରେ ସେ ଲୋକସେବା ଭବନରେ ଥିବା ଉଦ୍ୟାନ ମଧ୍ୟରେ କିଛି ସମୟ କଟାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଉଦ୍ୟାନ ପରିଭ୍ରମଣ ବେଳେ କୌଣସି ଅଧିକାରୀ ନ ଥିଲେ, କେବଳ ସୁରକ୍ଷାକର୍ମୀ ରହିଥିଲେ।