BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚାଇନାରେ ମଧ୍ୟ ରହିଛି ମୋଦିଙ୍କ ଲୋକପ୍ରିୟତା

ବେଜିଂ,୧୯।୩: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବଢୁଛି। ପଡୋଶୀ ଦେଶ ଚାଇନାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ। ଚାଇନାର ଖବରଦାତା ମୁ ଚୁନଶାନ୍‌ ‘ଦି ଡିପ୍ଲୋମାଟ୍‌’ ପତ୍ରିକାରେ ଏକ ଆର୍ଟିକିଲ ଲେଖିଛନ୍ତି। ଏହି ଆର୍ଟିକିଲରେ ମୁ ଚୁନଶାନ ଦାବି କରିଛନ୍ତି ଯେ, ଚାଇନା ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ବହୁତ ଲୋକପ୍ରିୟ। ମୁ ଚୁନଶାନ୍‌ ଚାଇନାର ସୋସିଆଲ ମିଡିଆକୁ ବିଶେଷ କରି ସିନା ଓ୍ବେବୋ (ଟ୍ବିଟର ପରି ଏକ ଚାଇନିଜ ପ୍ଲାଟଫର୍ମ) ବିଶ୍ଳେଷଣ ପାଇଁ ଜଣାଶୁଣା। ତାଙ୍କର ବିଶ୍ଳେଷଣକୁ ଭିତ୍ତି କରି ମୁ ଚୁନଶାନ୍‌ କହିଛନ୍ତି, ଅଧିକାଂଶ ଚାଇନା ୟୁଜର୍ସ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ବଡ଼ ଦେଶମାନଙ୍କ ମଧ୍ୟରେ ସନ୍ତୁଳନ ସୃଷ୍ଟି କରୁଛି।
ଆର୍ଟିକିଲ ଅନୁଯାୟୀ ଚାଇନାର ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସ୍ବତନ୍ତ୍ର ନାମ ଦେଇଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ମୋଦି ଲାଓକ୍ସିଆନ’ ବୋଲି କହିଛନ୍ତି। ଏହାର ଅର୍ଥ ହେଉଛି ‘ମୋଦି ଅମର’। ଚାଇନାରେ ଲାଓକ୍ସିଆନ ଜଣେ ଅମର ବ୍ୟକ୍ତିଙ୍କୁ କୁହାଯାଏ, ଯାହାର ଚମତ୍କାର ଶକ୍ତି ଅଛି। ଚାଇନା ୟୁସର୍ଜମାନେ ବିଶ୍ୱାସ କରନ୍ତି ଯେ, ନରେନ୍ଦ୍ର ମୋଦି ଅନ୍ୟ ବିଶ୍ୱ ନେତାଙ୍କଠାରୁ ଭିନ୍ନ। ଏଥି ସହିତ ତାଙ୍କର ନୀତି ମଧ୍ୟ ପୂର୍ବ ଭାରତର ନେତାଙ୍କଠାରୁ ଭିନ୍ନ ବୋଲି ବିବେଚନା କରାଯାଏ।