BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜୟଦେବ ଭବନରେ “ଚିଲିକା ତୀରେ” ଚଳଚ୍ଚିତ୍ର ପ୍ରଦର୍ଶିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ହେଉଥିବା ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମର ଆଜି ତୃତୀୟ ସନ୍ଧ୍ୟାରେ “ଚିଲିକା ତୀରେ” ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ବିଳ୍ପବ ରାୟ ଚୌଧୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କ୍ଲାସିକ ଓଡ଼ିଆ ସିନେମାକୁ ଦର୍ଶକମାନେ ବେଶ ଉପଭୋଗ କରିଥିଲେ।

‘ଚିଲିକା ତୀରେ’ ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ସଙ୍ଗୀତ ଶାନ୍ତନୁ ମହାପାତ୍ର ଗୀତ ଗୁଡ଼ିକର ସାରଣୀ

ଗୀତ ଗୀତିକାର ଗାୟକ / ଗାୟିକା
୧) ମାଝିରେ ଉଆସ ରାତି ଶିବବ୍ରତ ଦାସ ପ୍ରଣବ ପଟ୍ଟନାୟକ
୨) ସୁଲସୁଲିଆ ଚୁଲବୁଲିଆ ଶିବବ୍ରତ ଦାସ ନିର୍ମଳା ମିଶ୍ର ଓ ବସନ୍ତ ଦାସ
୩) କଇଁଚ ନୁହେଁ କି କଙ୍କଡ଼ା ଶିବବ୍ରତ ଦାସ ପ୍ରଫୁଲ୍ଲ କର, ବସନ୍ତ ଦାସ, ଓ ସାଥୀ
୪) ଜଗତପତି ହେ ଦେବାଶିଷ ମହାପାତ୍ର
୫) ଯା ଯାରେ ଭାସି ଯା ଶିବବ୍ରତ ଦାସ ନିର୍ମଳା ମିଶ୍ର
୬) ପିମ୍ପୁଡ଼ି ବାପୁଡ଼ା ବାହା ଶିବବ୍ରତ ଦାସ ଚିତ୍ତ ଜେନା ଓ ଇନ୍ଦ୍ରାଣୀ ମିଶ୍ର
୭) ଉର୍ମି ଅଧୀରା ରୂପସୀ ଚିଲିକା ଶିବବ୍ରତ ଦାସ ପ୍ରଣବ ପଟ୍ଟନାୟକ

ଅଭିନୟ:

ଓଡ଼ିଆ କଥାଚିତ୍ର ‘ଚିଲିକା ତୀରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  • ବିଜୟ ମହାନ୍ତି : ଏହା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର।
  • ତନ୍ଦ୍ରା ରାୟ : ଏହା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର।
  • ହେମନ୍ତ ଦାସ
  • ସୁଜାତା ଆନନ୍ଦ
  • ଅଶୋକ ଚକ୍ରବର୍ତ୍ତୀ
  • ରୁନୁ ବୋଷ
  • ଅକ୍ଷୟ ମହାନ୍ତି (କାଶ୍ୟପ)
  • ନିତ୍ୟାନନ୍ଦ ମିଶ୍ର
  • ବିଜୟ ମିଶ୍ର
  • ପ୍ରୀତି ପଟ୍ଟନାୟକ
  • ମଞ୍ଜୁ ପ୍ରଧାନ
  • ରାଧାରାଣୀ

ପ୍ରକାଶଯୋଗ୍ୟ ଯେ, ଜୁନ୍‌ ୧୨ ତାରିଖରୁ ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ଜୟଦେବ ଭବନ ଠାରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।