ବିଜ୍ଞାନ ମନୋଭାବର ପରିପ୍ରକାଶ ପାଇଁ ଅନ୍ଵେଷା ଓ ଅନ୍ଵେଷଣ ରହିବା ଉଚିତ
ଭୁବନେଶ୍ବର: ସ୍ଥାନୀୟ ଭି.ଏସ୍.ଏସ୍ ନଗର ସ୍ଥିତ ମହାମଣ୍ଡଳେଶ୍ଵର ସ୍ଵାମୀ ଶଙ୍କରାନନ୍ଦଗିରି ମହାରାଜାଙ୍କ ଶିକ୍ଷାର ସ୍ଵପ୍ନଭୂମି ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଅନୁଷ୍ଠାନର ଅଧ୍ୟକ୍ଷ ଅଲେଖ ଚରଣ ନାୟକ ସ୍ଵାଗତ ସମ୍ଭାଷଣ ପ୍ରଦାନ କରି ସମବେତ ଅତିଥି, ଅଭିଭାବକ ଏବଂ ଶିଶୁମାନଙ୍କୁ ସ୍ଵାଗତ କରିଥିଲେ। ‘ଶିକ୍ଷା ଓ ଅନୁସନ୍ଧାନ’ ବିଶ୍ଵବିଦ୍ୟାଳୟର ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ବିଜ୍ଞାନ ମନୋଭାବର ପରିପ୍ରକାଶ ପାଇଁ ଅନ୍ଵେଷା ଓ ଅନ୍ଵେଷଣ ରହିବା ଉଚିତ ବୋଲି ମତପ୍ରକାଶ କରିଥିଲେ। ବିଦ୍ୟାଳୟର କୋଷାଧ୍ୟକ୍ଷ ଶୋଭାକର ଦାସ ଫତେସିଂହ ଶିଶୁମାନଙ୍କୁ ବିଜ୍ଞାନୀ ମନୋଭାବ ଲାଗି ଆଶୀର୍ବଚନ ରଖିଥିଲେ।
ଶିଶୁଦିବସ ଉପଲକ୍ଷେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଓ କଳା ବିଦ୍ୟାରେ ନିପୁଣତା ହାସଲ ପାଇଁ ଏକ ସ୍ଵତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇ ବିଭିନ୍ନ ବିଭାଗରେ ବିୟରକ ମଣ୍ଡଳୀ ଦ୍ଵାରା ବିବେଚନା କରାଯାଇଥିବା ଉତ୍କର୍ଷ ପ୍ରକଳ୍ପଗୁଡ଼ିକରେ କୃତୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା।
ବିଦ୍ୟାଳୟ ପରିପ୍ପଳନା ସମିତିର ସଦସ୍ୟା ତଥା ସହ-ସମ୍ପାଦିକା ପ୍ରୀତିନନ୍ଦା ମହାପାତ୍ର ଏବଂ ସାଂସ୍କୃତିକ ପ୍ରମୁଖ ତପସ୍ବିନୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉତ୍ସବ ପରିପ୍ପଳନା କରାଯାଇଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବାରିଜା ପଶୁପାଳକ ଓ ଧାରାଶ୍ରୀ ରାଉତଙ୍କ ସଂଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।
କୁନିକୁନି ଶିଶୁପ୍ରତିଭାମାନଙ୍କୁ ନେଇ ଚିତ୍ତାକର୍ଷକ ଗ୍ୟାମ୍ପ୍ ସୋ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରେଶମୀ ସାହା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ