ରାଜ୍ୟରେ ୧୧ଲକ୍ଷ ୧୫ହଜାର ୩୬୯ ମେଟ୍ରିକ ଟନ୍ ସାର ଉପଲବ୍ଧ, ୮ଲକ୍ଷ ୬୭ ହଜାର ମେଟ୍ରିକ ଟନ୍ ବିକ୍ରୟ
ଏବର୍ଷ ସାର ଉପଲବ୍ଧତା ଓ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ
-
ରାଜ୍ୟରେ ଠିକ୍ ଭାବରେ ସାର ଯୋଗାଣ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା
-
ଯୋଗାଣ ଶୃଙ୍ଖଳ, ସାର ମହଜୁଦ ଓ ବଣ୍ଟନ ବ୍ୟବସ୍ଥାରେ ଉପଯୁକ୍ତ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ
-
ବର୍ତ୍ତମାନସୁଦ୍ଧା ଚଳିତ ବର୍ଷରାଜ୍ୟକୁସାର ଉପଲବ୍ଧତା ଓ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ
ଭୁବନେଶ୍ୱର: ରାଜ୍ୟରେ ଚାଷୀମାନଙ୍କୁ ସାର ଠିକ ଭାବରେ ମିଳିପାରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅନୁଷ୍ଠିତ ଏକ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ସ୍ଥିତି ସମୀକ୍ଷା କରିଛନ୍ତି। କୃଷକମାନଙ୍କୁ ଆବଶ୍ୟକତା ଅନୁସାରେ ସାର ଯୋଗାଇବା ପାଇଁ ଯୋଗାଣ ଶୃଙ୍ଖଳ, ସାର ମହଜୁଦ ଓ ବଣ୍ଟନ ବ୍ୟବସ୍ଥାରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବଡ଼.ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ , ସମବାୟ ସମିତି ନିବନ୍ଧକ ସିଦ୍ଧାର୍ଥ ଦାସ, ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ଏବଂ କୃଷି ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।